ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

0

ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି। ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସର ୪ଟି ଟିମ ଆଜି ଚଢ଼ାଉ କରିଛନ୍ତି ।

ସୂଚନାଯୋଗ୍ୟ: ବୀରବରଙ୍କ ଗାଇସିଲେଟରେ ଥିବା ସରକାରୀ ଘର ସହିତ ଥାନାରେ ଚଢ଼ାଉ କରାଯାଇଛି। ସେହିପରି ସମ୍ୱଲପୁରର ଅନୁଗୁଳିଆ ପଡାରେ ଥିବା ତାଙ୍କ ଘର ଓ ସମ୍ୱଲପୁର କାବ୍ରାପାଲିରେ ଥିବା ଫାର୍ମ ହାଉସରେ ଏକାକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ ବୀରବରଙ୍କ ଗାଇସିଲେଟ କ୍ୱାର୍ଟର୍ସରୁ କିଛି ନଗଦ ଟଙ୍କା, ସୁନାଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ବୀରବର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଏହି ଚଢ଼ାଉ କରିଛି।

Leave A Reply

Your email address will not be published.