ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଭୀଷଣ ବାତ୍ୟାର ରୂପ ନେଲା ’ବିପର୍ଯ୍ୟୟ’

0

ଗାନ୍ଧିନଗର: ଉତ୍ତର ପୂର୍ବ ଆରବ ସାଗର ରେ ଅତି ଭୀଷଣ ବାତ୍ୟା ‘ ବିପର୍ଯ୍ୟୟ ‘ ଏବେ ଘଣ୍ଟା ପ୍ରତି ପ୍ରାୟ ୦୩ କିମି ବେଗ ରେ ଉତ୍ତର ଦିଗ ରେ ଅଗ୍ରସର ହେଉଛି। ବାତ୍ୟା ବିପର୍ଯ୍ୟୟ ଏବେ ଜଖାଉ ବନ୍ଦର ଠାରୁ ପଶ୍ଚିମ- ଦକ୍ଷିଣ ପଶ୍ଚିମ ଦିଗରେ ୨୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ବିପର୍ଯ୍ୟୟ ଆଗକୁ ମଧ୍ଯ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେବା ସହ ଆଜି ସନ୍ଧ୍ୟାରେ ଗୁଜୁରାଟ ର ଜଖାଉ ବନ୍ଦର ନିକଟ ରେ ଲ୍ୟାଣ୍ଡ ଫଲ କରିବ । ଏହି ସମୟରେ ଉତ୍ତର ଗୁଜୁରାଟ ଉପକୂଳ ଓ ତତ୍ ସଂଲଗ୍ନ ଅଞ୍ଚଳ ରେ ପବନ ର ବେଗ ୧୨୫- ୧୩୫ ଓ ସର୍ବାଧିକ ୧୫୦ କିମି/ ଘଣ୍ଟା ବହିବା ସମ୍ଭାବନା ରହିଛି। ଗୁଜୁରାଟ ର କଚ୍ଛ, ଦେବଭୂମି , ଦ୍ୱାରକା, ପୋରବନ୍ଦର, ଜାମନଗର, ମୋର୍ବି, ଜୁନାଗଡ, ରଜକୋଟ ଜିଲ୍ଲା ରେ ୧୫ ତାରିଖ ସକାଳୁ ପରବର୍ତ୍ତୀ ୧୨ ଘଣ୍ଟା ଯାଏଁ ୧୨୫-୧୩୫ ଓ ସର୍ବାଧିକ ପବନ ୧୫୦କିମି/ ଘଣ୍ଟା ବହିବା ସହ ଭୀଷଣ ବର୍ଷା , ତଳିଆ ସମୁଦ୍ର କୂଳ ଅଞ୍ଚଳ ରେ ୨-୩ ମିଟର ଜୁଆର ଉଠିବା ସହ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ଅଧିକରୁ ଅଧିକ ୧୫୦ କିମି ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବିପର୍ଯ୍ୟୟ ପାଇଁ ଏବେ ସମୁଦ୍ର ଭିତରେ ପବନର ବେଗର ଘଣ୍ଟା ପ୍ରତି ୧୪୫ରୁ ୧୫୫ କିମି ରହିଛି । ବାତ୍ୟା ପ୍ରଭାବରେ ପଶ୍ଚିମ ଭାରତର ୮ଟି ରାଜ୍ୟ ପ୍ରଭାବିତ ହେବାକୁ ଥିବା ବେଳେ ଗୁଜରାଟ ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଗୁଜରାଟରେ ୧୭ଟି NDRF ଟିମ୍ ମୁତୟନ କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଆଜି ସନ୍ଧ୍ୟା ଯାଏଁ ସମୁଦ୍ରରେ ୧୪ରୁ ୧୬ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମହାରାଷ୍ଟ୍ର, କେରଳ ଓ ଗୋଆରେ ବିପର୍ଯ୍ୟୟ ପ୍ରଭାବ ଦେଖାଦେଇଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସ୍ଥିତି ସମୀକ୍ଷା କରୁଛି । ଗୁଜରାଟରେ ଏନଡିଆରଏଫ, ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ମୁତୟନ ହୋଇଛନ୍ତି । ୪୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.