ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଭୀଷଣ ବାତ୍ୟାର ରୂପ ନେଲା ’ବିପର୍ଯ୍ୟୟ’

0

ଗାନ୍ଧିନଗର: ଉତ୍ତର ପୂର୍ବ ଆରବ ସାଗର ରେ ଅତି ଭୀଷଣ ବାତ୍ୟା ‘ ବିପର୍ଯ୍ୟୟ ‘ ଏବେ ଘଣ୍ଟା ପ୍ରତି ପ୍ରାୟ ୦୩ କିମି ବେଗ ରେ ଉତ୍ତର ଦିଗ ରେ ଅଗ୍ରସର ହେଉଛି। ବାତ୍ୟା ବିପର୍ଯ୍ୟୟ ଏବେ ଜଖାଉ ବନ୍ଦର ଠାରୁ ପଶ୍ଚିମ- ଦକ୍ଷିଣ ପଶ୍ଚିମ ଦିଗରେ ୨୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ବିପର୍ଯ୍ୟୟ ଆଗକୁ ମଧ୍ଯ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେବା ସହ ଆଜି ସନ୍ଧ୍ୟାରେ ଗୁଜୁରାଟ ର ଜଖାଉ ବନ୍ଦର ନିକଟ ରେ ଲ୍ୟାଣ୍ଡ ଫଲ କରିବ । ଏହି ସମୟରେ ଉତ୍ତର ଗୁଜୁରାଟ ଉପକୂଳ ଓ ତତ୍ ସଂଲଗ୍ନ ଅଞ୍ଚଳ ରେ ପବନ ର ବେଗ ୧୨୫- ୧୩୫ ଓ ସର୍ବାଧିକ ୧୫୦ କିମି/ ଘଣ୍ଟା ବହିବା ସମ୍ଭାବନା ରହିଛି। ଗୁଜୁରାଟ ର କଚ୍ଛ, ଦେବଭୂମି , ଦ୍ୱାରକା, ପୋରବନ୍ଦର, ଜାମନଗର, ମୋର୍ବି, ଜୁନାଗଡ, ରଜକୋଟ ଜିଲ୍ଲା ରେ ୧୫ ତାରିଖ ସକାଳୁ ପରବର୍ତ୍ତୀ ୧୨ ଘଣ୍ଟା ଯାଏଁ ୧୨୫-୧୩୫ ଓ ସର୍ବାଧିକ ପବନ ୧୫୦କିମି/ ଘଣ୍ଟା ବହିବା ସହ ଭୀଷଣ ବର୍ଷା , ତଳିଆ ସମୁଦ୍ର କୂଳ ଅଞ୍ଚଳ ରେ ୨-୩ ମିଟର ଜୁଆର ଉଠିବା ସହ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ଅଧିକରୁ ଅଧିକ ୧୫୦ କିମି ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବିପର୍ଯ୍ୟୟ ପାଇଁ ଏବେ ସମୁଦ୍ର ଭିତରେ ପବନର ବେଗର ଘଣ୍ଟା ପ୍ରତି ୧୪୫ରୁ ୧୫୫ କିମି ରହିଛି । ବାତ୍ୟା ପ୍ରଭାବରେ ପଶ୍ଚିମ ଭାରତର ୮ଟି ରାଜ୍ୟ ପ୍ରଭାବିତ ହେବାକୁ ଥିବା ବେଳେ ଗୁଜରାଟ ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଗୁଜରାଟରେ ୧୭ଟି NDRF ଟିମ୍ ମୁତୟନ କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଆଜି ସନ୍ଧ୍ୟା ଯାଏଁ ସମୁଦ୍ରରେ ୧୪ରୁ ୧୬ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମହାରାଷ୍ଟ୍ର, କେରଳ ଓ ଗୋଆରେ ବିପର୍ଯ୍ୟୟ ପ୍ରଭାବ ଦେଖାଦେଇଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସ୍ଥିତି ସମୀକ୍ଷା କରୁଛି । ଗୁଜରାଟରେ ଏନଡିଆରଏଫ, ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ମୁତୟନ ହୋଇଛନ୍ତି । ୪୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.