ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସିବିଆଇ ଜାଲରେ ଜିଏସଟି ଅଧିକାରୀ

0

ଭୁବନେଶ୍ବର: ଲାଞ୍ଚ ନେବାବେଳେ ଜିଏସଟି ଅଧିକାରୀଙ୍କୁ ମାଡ଼ି ବସିଲା ସିବିଆଇ। କେନ୍ଦ୍ରୀୟ ଜିଏସଟି ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର ଲାଞ୍ଚ ନେବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଜଣେ ଠିକାଦାର ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି।

ଉଲ୍ଲେଖଯୋଗ୍ୟେ, ଫାଇଲ କାମ କରିଦେବେ ବୋଲି ଅଧିକାରୀ ଜଣକ ଲାଞ୍ଚ ନେଇଥିବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରା ପଡିଥିଲେ। ତେବେ ଏନେଇ ସିବିଆଇ କିମ୍ବା ଜିଏସଟି କମିସନରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ଠିକାଦାର ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ୨୦ ହଜାର ଟଙ୍କାରେ ଅଧିକାରୀ ଜଣକ ରାଜି ହୋଇଯାଇଥିଲେ। ଆଜି କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଲାଞ୍ଚ ନେବୋବେଳେ ସିବିଆଇ ଟିମ୍‌ ତାଙ୍କୁ କାବୁ କରିନେଇଥିଲେ। ଏହି ଚଢ଼ଉରେ ଉଭୟ ଭୁବନେଶ୍ବର ଓ ରାଉରକେଲା ସିବିଆଇ ଟିମ୍‌ ସାମିଲ ଅଛନ୍ତି। ଅଭିଯୁକ୍ତର କାର୍ଯ୍ୟାଳୟ, ଘର ଆଦି ବିଭିନ୍ନ ସ୍ଥାନରେ ଛାନ୍‌ଭିନ ଜାରି ରହିଛି। ତଦନ୍ତ ପରେ ଆହୁରି ‌ଅନେକ ତଥ୍ୟ ଆସିବା ବୋଲି ଆଶା କରାଯାଉଛି।

Leave A Reply

Your email address will not be published.