ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ସିବିଆଇ ଜାଲରେ ଜିଏସଟି ଅଧିକାରୀ

0

ଭୁବନେଶ୍ବର: ଲାଞ୍ଚ ନେବାବେଳେ ଜିଏସଟି ଅଧିକାରୀଙ୍କୁ ମାଡ଼ି ବସିଲା ସିବିଆଇ। କେନ୍ଦ୍ରୀୟ ଜିଏସଟି ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର ଲାଞ୍ଚ ନେବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଜଣେ ଠିକାଦାର ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି।

ଉଲ୍ଲେଖଯୋଗ୍ୟେ, ଫାଇଲ କାମ କରିଦେବେ ବୋଲି ଅଧିକାରୀ ଜଣକ ଲାଞ୍ଚ ନେଇଥିବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରା ପଡିଥିଲେ। ତେବେ ଏନେଇ ସିବିଆଇ କିମ୍ବା ଜିଏସଟି କମିସନରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ଠିକାଦାର ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ୨୦ ହଜାର ଟଙ୍କାରେ ଅଧିକାରୀ ଜଣକ ରାଜି ହୋଇଯାଇଥିଲେ। ଆଜି କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଲାଞ୍ଚ ନେବୋବେଳେ ସିବିଆଇ ଟିମ୍‌ ତାଙ୍କୁ କାବୁ କରିନେଇଥିଲେ। ଏହି ଚଢ଼ଉରେ ଉଭୟ ଭୁବନେଶ୍ବର ଓ ରାଉରକେଲା ସିବିଆଇ ଟିମ୍‌ ସାମିଲ ଅଛନ୍ତି। ଅଭିଯୁକ୍ତର କାର୍ଯ୍ୟାଳୟ, ଘର ଆଦି ବିଭିନ୍ନ ସ୍ଥାନରେ ଛାନ୍‌ଭିନ ଜାରି ରହିଛି। ତଦନ୍ତ ପରେ ଆହୁରି ‌ଅନେକ ତଥ୍ୟ ଆସିବା ବୋଲି ଆଶା କରାଯାଉଛି।

Leave A Reply

Your email address will not be published.