ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବଢ଼ିଲା ପାଚିକାଙ୍କ ପାରିଶ୍ରମିକ ରାଶି

0

ଭୁବନେଶ୍ବର: ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ଯ ସରକାର। ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧ ହଜାର ୪୦୦ ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ଏହାଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ମଧ୍ୟାହ୍ନଭୋଜନ ଯୋଜନାରେ ସ୍କୁଲରେ ନିୟୋଜିତ ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ରାଶି ବୃଦ୍ଧି କରାଯାଇଛି। ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ପରିମାଣ ୧୪୦୦ଟଙ୍କାରୁ ୨ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ଯଦି କୌଣସି ପାଚିକା ଓ ସହାୟିକାଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ହୁଏ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ସରକାର ଯୋଗାଇ ଦେବେ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ମୋଟ ୫୫ହଜାର ସ୍କୁଲରେ କାର୍ଯ୍ୟରତ ୧.୧୦ଲକ୍ଷ ପାଚିକା ଓ ସହାୟିକାମାନେ ଉପକୃତ ହେବେ। ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ୨୦୨୩ ଅକ୍ଟୋବର ମାସରୁ ଲାଗୁ ହେବ ।

Leave A Reply

Your email address will not be published.