ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର

0

ନୂଆଦିଲ୍ଲୀ: ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବେ, ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ। ଜ୍ଞାନପୀଠ ଚୟନ କମିଟି ଶନିବାର ଉଭୟଙ୍କ ନାମ ଘୋଷଣା କରିଛି। ଜ୍ଞାନପୀଠ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର। ଏହି ପୁରସ୍କାର ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ପ୍ରଥମେ ୧୯୬୫ ମସିହାରେ ମାଲାୟାଲମ୍ କବି ଜି.ଶଙ୍କର କୁରୂପଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ନାଁ ଗୁଲଜାର। ସେ ୨୦୦୨ରେ ଊର୍ଦ୍ଦୁ  ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦା ସୋହେବ ଫାଲକେ ପୁରସ୍କାର, ୨୦୦୪ରେ ପଦ୍ମଭୂଷଣ ସମେତ ୫ଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇସାରିଛନ୍ତି। ସେହିପରି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ସଂସ୍କୃତ ପଣ୍ଡିତ ତଥା ରାମାନନ୍ଦଚାର୍ଯ୍ୟ ସମ୍ପ୍ରଦାୟର ମୁଖ୍ୟ। ସେ ବେଦ, ଉପନିଷଦ, ଭଗବଦ୍ ଗୀତା ଏବଂ ରାମାୟଣ ଉପରେ ଅନେକ ବ୍ୟଖ୍ୟା ଲେଖିଛନ୍ତି। ତାଙ୍କୁ ୨୦୧୫ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.