ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନିର୍ବାଚନ ପ୍ରସ୍ତୁତି ନେଇ ରାଜୀବ କୁମାର କଣ କହିଲେ ?

0

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଶନିବାର ଏହା କହିଛନ୍ତି। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଇସି କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ନିର୍ବିଘ୍ନରେ ପରିଚାଳନା କରିବା ପାଇଁ ଆମର ସମସ୍ତ ପ୍ରସ୍ତୁତି ପର୍ବ ସରିସାରିଛି।

ଭାରତୀୟ ନିର୍ବାଚନ କମିଶନ କହିଲେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ । ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି । ଭୋଟରଙ୍କୁ ଆହ୍ବାନ କଲେ ନିର୍ବାଚନ କମିଶନର

ସେ ଆହୁରି କହିଲେ ସମସ୍ତ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ । ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ୍ ଦେବେ । ମୋଟ୍ ୩୭, ୮୦୯ ବୁଥରେ ମତଦାନ ହେବ । ୨୨,୬୮୫ ଓ୍ବେବ କାଷ୍ଟି ହେବ । ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । କେଉଁଠି କିଛି ଗଡ଼ବଡ଼ ହେଲେ ଲୋକେ ନିର୍ବାଚନ କମିଶନଙ୍କୁ ଜଣାଇପାରିବେ । ନାମ ଗୋପନ ରଖି ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିପାରିବେ । ନିର୍ବାଚନ ନେଇ ଜିଲ୍ଲାପାଳ, ଏସପିଙ୍କୁ  କଡ଼ା ନିର୍ଦ୍ଦେଶ । ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ । ନିରପେକ୍ଷ, ସ୍ବଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ।

Leave A Reply

Your email address will not be published.