ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଶଙ୍ଖ ଛାଡି ପଦ୍ମ ଧରିଲେ ଅରିନ୍ଦମ

0

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ। ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ। ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ତେବେ ଅରିନ୍ଦମ ଆଜି ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ମନମୋହନ ସାମଲ ଆନୁଷ୍ଠାନିକ ଭାବେ ଶ୍ରୀ ରାୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀ ରାୟ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦ ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ନବୀନଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇନଥିବା ସେ ଅଭିଯୋଗ କରିଥିଲେ । ଏପରିକି ଗତ କିଛି ଦିନ ଧରି ନବୀନଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳିନଥିଲା ବୋଲି କହିଥିଲେ। । ଏଣୁ ଦଳରେ ତାଙ୍କର ସ୍ଥାନ କିଛି ନାହିଁ ବୋଲି ଅନୁଭବ କରିବା ପରେ ସେ ବିଜେଡିର ପ୍ରାଥମିକ ସଦସ୍ୟତା ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା କହିଥିଲେ। ଏହା ସହିତ ନବୀନ ତାଙ୍କର ସ୍ଥିତିକୁ ବୁଝିବେ ବୋଲି ସେ ଆଶାବାଦୀ ଥିବା ଓ ତାଙ୍କ ପ୍ରତି କୌଣସି ଦ୍ୱେଷ ବା କ୍ରୋଧ ନରଖିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.