ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

କେ. କବିତା ଗିରଫ

0

ନୂଆଦିଲ୍ଲୀ: କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କଲା  ଇଡି। ଦିଲ୍ଲୀ ମଦ ନୀତି ସ୍କାମ୍‌ ମାମଲାରେ କବିତା ଗିରଫ। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କବିତା ଗିରଫ ହୋଇଛନ୍ତି ।

ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଓ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବହୁ ବଡ଼ ବଡ଼ ରାଜନେତାଙ୍କୁ ଜେରା କରାଯାଇଛି । ଯାଞ୍ଚ ଏଜେନ୍ସ ପକ୍ଷରୁ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ଇଡି ପକ୍ଷରୁ ଦୁଇଥର ସମାନ ଜାରି କରାଯାଇଥିଲେ ହେଁ କବିତା ହାଜର ହୋଇନଥଲେ । ଏହାପରେ ଇଡି ପକ୍ଷରୁ କବିତାଙ୍କ ଉପରେ ଆକ୍ସନ ନିଆଯାଇଛି ।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ ସ୍ଥିତ କବିତାଙ୍କ ବାସଭବନରେ ଆଜି ଆୟକର ବିଭାଗ ଓ ଇଡି ରେଡ କରିଥିଲେ। ବେଶ କିଛି ଘଣ୍ଟାର ରେଡ ପରେ ମନି ଲଣ୍ଡରିଂ ମାମଲାରେ ଇଡି କବିତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଇଡି ଦିଲ୍ଲୀ ଆଣୁଥିବା ଜଣାପଡ଼ିଛି।

Leave A Reply

Your email address will not be published.