ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଆଜି ଶେଷ କ୍ୟାବିନେଟ୍ ରେ କଣ କହିଲେ ମୁଖ୍ୟମନ୍ତ୍ରୀ ?

0

ଭୁବନେଶ୍ବର: ପଞ୍ଚମପାଳିର ଶେଷ କ୍ୟାବିନେଟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି । ସେ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଓଡ଼ିଶାର ଭବିଷ୍ୟତ ଉଜ୍ୱଳ । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ତେଣୁ ୨୦୩୬ ମସିହାରେ ଓଡିଶା ଶତବାର୍ଷିକ ପାଳନ କରିବାକୁ ଯାଉଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଶତବାର୍ଷିକ ପାଳନ ବେଳକୁ ଓଡିଶା ଦେଶର ୧ନମ୍ବର ରାଜ୍ୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆଗାମୀ ୧୦ ବର୍ଷ ଆମ ପାଇଁ ନିର୍ଣ୍ଣାୟକ । ଆଗାମୀ ୧୦ ବର୍ଷ ମଧ୍ୟରେ ଆମେ ଏକ ସଶକ୍ତ ଓଡ଼ିଶା ଗଠନ କରିବୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ପରୋକ୍ଷରେ ରାଜ୍ୟରେ ପୁଣି ବିଜେଡି ସରକାର ଗଠନ କରିବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ସେ କହିଛନ୍ତି କି ଦେଶର ରାଜନୈତିକ ଇତିହାସରେ ଓଡ଼ିଶା ନୂଆ ରେକର୍ଡ କରିବ । ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ରାଜ୍ୟ ସରକାର। ଗତ ୫ ବର୍ଷର ଶାସନ ୫-ଟି ନୀତି ଉପରେ ଆଧାରିତ। ଏହି ସମୟ ଓଡ଼ିଶା ଇତିହାସର ମାଇଲ ଖୁଣ୍ଟ । ସ୍ୱଛ ଶାସନ ଓ ଟେକ୍ନୋଲୋଜି ଆଣିଛି ତୀବ୍ର ପରିବର୍ତ୍ତନ।

ଆହୁରି କହିଛନ୍ତି, ମହାମାରୀ କୋଭିଡକୁ ସଫଳ ଭାବେ ମୁକାବିଲା କରିଛି ରାଜ୍ୟ। ଦେଶକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି। ମା’ମାନଙ୍କ ପାଇଁ ମିଶନ ଶକ୍ତି ବିଭାଗ କରାଯାଇଛି। ଗମନାଗମନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ହୋଇଛି। ବଲାଙ୍ଗୀରରେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ସରକାର। ଆଦିବାସୀ ଭାଇ ଭଉଣୀଙ୍କ କଳା, ସଂସ୍କୃତି ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ଗଠନ ହୋଇଛି ଏସଡିସି। ମୁଖ୍ୟମନ୍ତ୍ରୀ ଦେଖିଥିବାର ଓଡ଼ିଆ ଅସ୍ମିତାର ସ୍ବପ୍ନ ସାକାର ହୋଇଛି। ପୁଣି ଥରେ ନିର୍ବାଚନ ସମୟ ଆସିଛି।

Leave A Reply

Your email address will not be published.