ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ଆଜି ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

0

ଭୁ‌ବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ତାପମାତ୍ରା ପୁଣି ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ରେକର୍ଡ ହୋଇଥିବା ବେଳେ ଆଜି ସମାନ ପରିମାଣରେ ଅନୁଗୁଳରେ ରହିଛି ଅର୍ଥାତ ଆଜି ଅନୁଗୁଳରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଥିଲା।ରାଜଧାନୀ ଭୁବନେଶ୍ବରରେ ୩୯.୬ ଡିଗ୍ରୀ ରହିଛି। କଟକରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିଲା। ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରଗଡ଼ରେ ୪୦.୪, ସମ୍ବଲପୁରରେ ୪୧.୭, ସୁନ୍ଦରଗଡ଼ରେ ୪୦.୮, ହୀରାକୁଦରେ ୪୧.୧, ତାଳଚେରରେ ୪୨, ଭବାନୀପାଟଣାରେ ୪୨.୮, ବଲାଙ୍ଗିରରେ ୪୨.୩, ଫୁଲବାଣୀରେ ୪୧.୧, ସୋନପୁରରେ ୪୧.୨, ନୟାଗଡ଼ରେ ୪୨.୩, ପାରଳାଖେମୁଣ୍ଡିରେ ୪୨, ଢେଙ୍କାନାଳରେ ୪୧, ବରଗଡ଼ରେ ୪୦.୨, ନୂଆପଡ଼ାରେ ୪୦, ଖୋର୍ଦ୍ଧାରେ ୪୦.୫, କେନ୍ଦ୍ରାପଡ଼ାରେ ୪୦ ଓ ରାଉରକେଲାରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିବ। କେବଳ ବଲାଙ୍ଗିର, ଭବାନୀପାଟଣା ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ। ନବରଙ୍ଗପୁର, ନୂଆପଡ଼ା, ଟିଟିଲାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିପାରେ। ସେହିପରି ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତାପମାତ୍ରା ଯଥାକ୍ରମେ ୩୭ ଓ ୩୮ ଡିଗ୍ରୀକୁ ଖସି ଆସିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରପାଥ ପଶୁପାଳକ କହିଛନ୍ତି ଯେ ୭ ତାରିଖରୁ ଅଭ୍ୟନ୍ତରୀଣ ଓ ଉପକୂଳରେ ପାଗରେ ପରିବର୍ତ୍ତନ ଆସିବ। ବଙ୍ଗୋପସାଗରରେ ଲେଉଟାଣି ବାତ୍ୟା ଦ୍ବାରା ଦକ୍ଷିଣା ପବନ ମଧ୍ୟ ଉପର ବାୟୁମଣ୍ଡଳରେ ମେଘୁଆ ପାଗ ହେବ। ଆର୍ଦ୍ର ଓ ଶୁଷ୍କ ବାୟୁର ମିଶ୍ରଣ ଯୋଗୁଁ ଉପର ବାୟୁମଣ୍ଡଳରେ ଅସ୍ଥିରତା ଦେଖାଯିବ। ଫଳ‌ରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ୭ ଓ ୮, ୧୦ ଓ ୧୧ ଏବଂ ୧୩ ଓ ୧୪ ତାରିଖରେ ତିନୋଟି ପର୍ଯ୍ୟାୟରେ କାଳବୈଶାଖୀ ବର୍ଷା ହେବାକୁ ଥିବାରୁ ତାପମାତ୍ରା ୪୦ ଡିଗ୍ରି ତଳେ ରହିବ।

Leave A Reply

Your email address will not be published.