ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ରୋଗୀଙ୍କର ସଫଳ ଚିକିତ୍ସା

0

ଭୁବନେଶ୍ୱର, ଏପ୍ରିଲ୍ ୧୬: ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ ଠାରେ ହୋଇଯାଇଛି ।

ସୂଚନାଯୋଗ୍ୟ, ୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ରାୟଙ୍କର ଅଧିନରେ ଭର୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା। ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ହସ୍ପିଟାଲ୍‌ରେ ଭର୍ତି ହେବାର ପରଦିନ ତାଙ୍କୁ ଭେଂଟିଲେଟରରେ ରଖାଯିବା ସହ ୪ ଥର ଡାଏଲିସିସ୍ ମଧ୍ୟ କରାଯାଇଥିଲା।

ସେହିପରି ୟୁରେଟେରେସ୍କୋପିକ୍ ଲିଥୋଟ୍ରିପ୍ସି (ୟୁଆର୍‌ଏସ୍‌ଏଲ୍‌) ପ୍ର୍ରକ୍ରିୟା ଦ୍ୱାରା ତାଙ୍କର କିଡ୍‌ନୀ୍ ଷ୍ଟୋନ୍ ବାହାର କରାଯାଇଥିଲା। ନେଫ୍ରୋଲୋଜିଷ୍ଟ ଓ ରେଡିଓଲୋଜିଷ୍ଟ ମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା କରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଏପ୍ରିଲ୍ ୬ ତାରିଖ ଦିନ ତାଙ୍କୁ ଭେଂଟିଲେଟରରୁ କଢ଼ାଯିବା ସହ ପରବର୍ତୀ ସମୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ମଧ୍ୟ କରାଯାଇଛି। ରୋଗୀ ଜଣଙ୍କ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି। ରୋଗୀଙ୍କ ପରିବାରବର୍ଗ ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସଫଳ ଚିକିତ୍ସା ପାଇଁ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.