ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର

0

ବ୍ରହ୍ମପୁର, ୨୨/୪ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡିଶାର ବିଭିନ୍ନ ଅଂଚଳରୁ ବହୁ ନିଃସନ୍ତାନ ଦମ୍ପତି ଏହି ଶିବିରରେ ଯୋଗ ଦେଇ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ସହ ଚିକିତ୍ସା କରାଇଥିଲେ ।

ଭୁବନେଶ୍ୱର ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ଏହି ଶିବିରକୁ ଆସିଥିବା ଦମ୍ପତିମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଜନନ କ୍ଷମତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବହୁ ଦମ୍ପତି ପରାମର୍ଶ ଗ୍ରହଣ କରିଥିଲେ ।

ଏହି ଅଂଚଳର ରୋଗୀ ଯେଉଁମାନେ କି ବନ୍ଧ୍ୟାଦୋଷରେ ପୀଡିତ ସେମାନଙ୍କ ସମସ୍ୟା କିପରି ଠିକ୍ ଭାବରେ ନିରୂପଣ କରାଯାଇପାରିବ ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ହିଁ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି । ପ୍ରଥମେ ବନ୍ଧ୍ୟାଦୋଷର କାରଣ ଚିହ୍ନଟ କରିବା ପରେ ତତ୍ ଉପଯୋଗୀ ଚିକିତ୍ସା ସମ୍ପର୍କରେ ଦମ୍ପତିଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।

ଗତ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ଏକ ଶିବିରର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ସିଏଚ୍‌ଆର୍ ଏବଂ ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ମିଳିତ ଉଦ୍ୟମରେ ଏଭଳି ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିରର ଆୟୋଜନ କରାଯିବ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ ଏହି ଶିବିରରେ ବହୁ ସଂଖ୍ୟକ ଦମ୍ପତି ଯୋଗ ଦେଇଥିଲେ। ଦକ୍ଷିଣ ଓଡିଶାର ନିଃସନ୍ତାନ ଦମ୍ପତିଙ୍କୁ ଏଣିକି ଡାକ୍ତରୀ ପରାମର୍ଶ ପାଇଁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ଆୟୋଜିତ ଏହି ଶିବିରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିବା ବେଳେ ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେଶିଆଲ୍ଟି ହସ୍ପିଟାଲ୍‌ର ଡାକ୍ତର ସ୍ମୃତିରଂଜନ ପଟ୍ଟନାୟକ , ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ଡାକ୍ତର ରିଷିକା ସେନ୍‌, ଭୁବନେଶ୍ୱର ସମ୍ ହସ୍ପିଟାଲର ଡାକ୍ତର ଶୁଭାଙ୍ଗୀ ଜେନା, ଏଏନ୍‌ଏସ୍ ଶ୍ରୀମତି ଅର୍ଚ୍ଚନା ପ୍ରିୟଦର୍ଶିନୀ ତ୍ରିପାଠୀ, ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ଇତି ଶ୍ରାବଣୀ ତଥା ଅନ୍ୟାନ୍ୟ ନର୍ସିଂ, କ୍ଳିନିକାଲ୍ ଓ ନନ୍ କ୍ଳିନିକାଲ୍ ଷ୍ଟାଫ୍ ଏହି ଶିବିରକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.