ପ୍ରମୁଖ ଖବର

କୋଇଲା କ୍ଷେତ୍ରରେ AI ବ୍ୟବହାରକୁ ଗୁରୁତ୍ୱ, ଏମସିଏଲ ସହ ଆଇଆଇଏମ ସମ୍ବଲପୁରର ଚୁକ୍ତି
ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ
ଫ୍ୟାଶନ ଜଗତରୁ ଶାସନ ସତ୍ତା ପର୍ଯ୍ୟନ୍ତ; ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା
ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ, ରାଜ୍ୟପାଳଙ୍କ ନିକଟରେ ଦାବି ପେଶ କଲେ ବିଜୟ
ସୁଦୃଢ଼ ହେବ ଓଡ଼ିଶା-ବଙ୍ଗ ସମ୍ପର୍କ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ

ନୂଆଦିଲ୍ଲୀରେ ସୋଆକୁ ୩ଟି ସିଏସ୍‌ଆର୍ ସମ୍ମାନ

0

ଭୁବନେଶ୍ୱର, ୨୨/୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ’ ପକ୍ଷରୁ ୩ ଟି ସିଏସ୍‌ଆର୍ ସମ୍ମାନ ପ୍ରଦାନ କରାଯାଇଛି । ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍‌ଆର୍ ସମ୍ମାନ ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ୨୦୨୪ ନିମନ୍ତେ ‘ସିଏସ୍‌ଆର୍‌ ଏକ୍ସିଲେନ୍ସ ଇନ୍ ଏଜୁକେସନ୍‌’ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ‘ସିଏସ୍‌ଆର୍ ଟପ୍ ଲିଡିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନରେ ଭୂଷିତ କରାଯାଇଛି ।

ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ – ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ‘ସିଏସ୍‌ଆର ଟପ୍ ହୋଟେଲ ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ହୋଟେଲ୍ ଲି ମେରିଡିଏନ୍ ଠାରେ ଆୟୋଜିତ ଏହି ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ସିଏସ୍‌ଆର୍‌ର
ଅଧ୍ୟକ୍ଷ ଡକ୍ଟର ଏସ୍‌.କେ ସଚଦେବଙ୍କ ଠାରୁ ଏହି ୩ଟି ସମ୍ମାନ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲା।

Leave A Reply

Your email address will not be published.