ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ମୋଦି କଲେ ରୋଡ୍ ଶୋ’

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣିଥରେ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ୍ ଶୋ’ କରିଛନ୍ତି । ମୋଦିଙ୍କୁ ଦେଖିବାକୁ ରାଜଧାନୀର ଜନପଥ ଜନସମୁଦ୍ର ପାଲଟିଛି । ଭୁବନେଶ୍ୱରର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ରୋଡ୍ ଶୋ’ କରିଛନ୍ତି । ବିଜେପି ରାଜ୍ୟ ମୁଖ୍ୟାଳୟଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ମୋଦିଙ୍କ ରୋଡ୍ ଶୋ’କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମୋଦି ମୋଦି ସ୍ଲୋଗାନରେ ସମଗ୍ର ଜନପଥ ପ୍ରକମ୍ପିିତ ହୋଇଛି ।

ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ରାତିରେ ପହଂଚିବା ପରେ ବିଜେପି କାର୍ଯ୍ୟାଳୟଠୁ ତାଙ୍କର ରୋଡ୍ ଶୋ’ ଆରମ୍ଭ ହୋଇଥିଲା । ମୋଦିଙ୍କ ରୋଡ୍ ଶୋ’ରେ ଓଡ଼ିଶାର କଳା,ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ପାଇଁ ପ୍ରୟାସ ହୋଇଛି । କୋଣାର୍କ ଚକ୍ର, ଖଣ୍ଡଗିରି ଓ ଅନ୍ୟ ଐତିହ୍ୟକୁ ମଧ୍ୟ ପ୍ରଦର୍ଶନ କରାଯାଇଥିବାବେଳେ ୧୫୦ରୁ ଅଧିକ ମହିଳା ପଶାପାଲି ଶାଢ଼ୀ ପିନ୍ଧି ଏହି ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି । ସାଧାରଣ ଲୋକେ ମୋଦି ମୋଦି ସ୍ଲୋଗାନ ଦେବା ସହ ମୋଦିଙ୍କ କାରକେଡ୍ ଉପରକୁ ଫୁଲବର୍ଷା କରିଛନ୍ତି ।

ସୂଚନାଯୋଗ୍ୟ, ଦୁଇଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି  ରାଜଭବନରେ ଆଜି ରାତିଯାପନ କରିବେ । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ କନ୍ଧମାଳ, ସାଢ଼େ ୧୧ଟାରେ ବଲାଙ୍ଗୀର ଓ ଦିନ ୧ଟାରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଏହି ମେଗା ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୨୦୦ରୁ ଅଧିକ ପୁଲିସ ଅଫିସରଙ୍କୁ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.