ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବାବା କେଦାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

0
  • ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର
  • ହେଲିକପ୍ଟରରୁ ମିନ୍ଦର ଉପରକୁ ହେଲା ଫୁଲ ବର୍ଷା
  • ସକାଳୁ ପତ୍ନୀଙ୍କ ସହ ଯାଇ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ

ଉତ୍ତରାଖଣ୍ଡ: ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର। ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଦ୍ୱାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି। ଏହି ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ ।

ନିର୍ଦ୍ଧାରିତ ସମୟରେ ରୀତିନୀତି ଓ ଧାର୍ମିକ ପରମ୍ପରା ପୂର୍ବକ କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ, ମୁଖ୍ୟ ପୂଜକ ଶିବ ଶଙ୍କର ଲିଙ୍ଗ, ପ୍ରଶାସନ, ବିକେଟିସି ଅଧିକାରୀ ଏବଂ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଦ୍ୱାର ଖୋଲାଯାଇଥିଲା। ପ୍ରଶାସନ ଉପସ୍ଥିତିରେ ମୁଖ୍ୟ ଫାଟକର ତାଲା ଖୋଲାଯାଇଥିଲା। ଏହାପରେ ଗର୍ଭଗୃହର କବାଟ ଖୋଲାଯାଇଥିଲା। ରାୱଲ ଓ ମୁଖ୍ୟ ପୂଜକ ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ।

Leave A Reply

Your email address will not be published.