ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

0
  • ଜାରି ରହିବ ଗରମ ଗୁଳୁଗୁଳି ର ପ୍ରଭାବ
  • ଅପରାହ୍ନ ପରେ ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା
  • ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦-୪୦କିମି

ଭୁବନେଶ୍ବର; ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣାଟକ ର କିଛି ଅଞ୍ଚଳ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ର କିଛି ଅଞ୍ଚଳ ରେ ପ୍ରବେଶ କରିବ ମୌସୁମୀ ବାୟୁ।
ତେବେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟ ରେ ଗରମ, ଗୁଳୁଗୁଳି ର ପ୍ରଭାବ ରହିବ। ଦିନ ତାପମାତ୍ରା ରାଜ୍ୟ ର ଅନେକ ଅଞ୍ଚଳ ରେ ୨-୩°C ଯାଏଁ ଅଧିକ ରହିବ। ପଶ୍ଚିମ ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୪୨-୪୪°C ଯାଏଁ ରହିବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ ଆଦ୍ରତା ଅଧିକ ରହିବା ହେତୁ ଗୁଳୁଗୁଳି ର ପ୍ରଭାବ ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସାର୍ଥକ ମିଶ୍ର।

ତେବେ ଅପରାହ୍ନ ପରେ ରାଜ୍ୟ ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, ବୌଦ୍ଧ, ସମ୍ବଲପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲା ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟ ରେ କିଛି ଅଞ୍ଚଳ ରେ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦-୪୦କିମି ରହିପାରେ।

Leave A Reply

Your email address will not be published.