ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

0
  • ଜାରି ରହିବ ଗରମ ଗୁଳୁଗୁଳି ର ପ୍ରଭାବ
  • ଅପରାହ୍ନ ପରେ ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା
  • ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦-୪୦କିମି

ଭୁବନେଶ୍ବର; ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣାଟକ ର କିଛି ଅଞ୍ଚଳ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ର କିଛି ଅଞ୍ଚଳ ରେ ପ୍ରବେଶ କରିବ ମୌସୁମୀ ବାୟୁ।
ତେବେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟ ରେ ଗରମ, ଗୁଳୁଗୁଳି ର ପ୍ରଭାବ ରହିବ। ଦିନ ତାପମାତ୍ରା ରାଜ୍ୟ ର ଅନେକ ଅଞ୍ଚଳ ରେ ୨-୩°C ଯାଏଁ ଅଧିକ ରହିବ। ପଶ୍ଚିମ ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୪୨-୪୪°C ଯାଏଁ ରହିବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ ଆଦ୍ରତା ଅଧିକ ରହିବା ହେତୁ ଗୁଳୁଗୁଳି ର ପ୍ରଭାବ ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସାର୍ଥକ ମିଶ୍ର।

ତେବେ ଅପରାହ୍ନ ପରେ ରାଜ୍ୟ ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, ବୌଦ୍ଧ, ସମ୍ବଲପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲା ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟ ରେ କିଛି ଅଞ୍ଚଳ ରେ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦-୪୦କିମି ରହିପାରେ।

Leave A Reply

Your email address will not be published.