ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ?

0

ଭୁବନେଶ୍ବର: ବିଜେପି ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ, ସେ ନେଇ ଜାରି ରହିଛି କଳ୍ପନାଜଳ୍ପନା। ଓଡିଶାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା କାହାକୁ ବାଛିବ ତାହା କେହି ଠଉରାଇ ପାରୁନାହାନ୍ତି। ଇତିମଧ୍ୟରେ ରାଜ୍ୟ ବିଜେପି ନେତାମାନେ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଫଳାଫଳ ଆସିବାର ୭୨ ଘଣ୍ଟା ପରେ ବି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ।

ସମସ୍ତେ କେନ୍ଦ୍ରୀୟ ନିଷ୍ପତିକୁ ଅପେକ୍ଷା କରି ରହିଛନ୍ତି। ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଦିଲ୍ଲୀରୁ ନାଁ ଚୂଡାନ୍ତ ହେବା ପରେ ଏଠାରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯିବ। ଏଭଳି ପରିସ୍ଥିତିରେ ପୂର୍ବତନ ସିଏଜି ଏବଂ ଜମ୍ମୁ କଶ୍ମୀରର ରାଜ୍ୟପାଳ ଗିରିଶ ମୁର୍ମୁଙ୍କ ସହ କିଛି ନୂତନ ନିର୍ବାଚିତ ବିଧାୟକଙ୍କ ନାମ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଆଲୋଚନା ଚାଲିଛି ବୋଲି ଗୋଟିଏ ଗୋଷ୍ଠୀ କହୁଛନ୍ତି।

ତେବେ ଚର୍ଚ୍ଚାର ଶୀର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରହିଛି। ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ସରପ୍ରାଇଜ୍ କାର୍ଡ ଭାବେ ନୂଆ ଚେହେରା ମଧ୍ୟ ସାମ୍ନାକୁ ଆସିପାରେ। ଭାରତ ସରକାରଙ୍କ କଂଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରିଶ ମୁର୍ମୁ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ନେଇ ବି ଜୋରଦାର ଚର୍ଚ୍ଚା କରାଯାଉଛି। ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ, ତାହା ଉପରେ ସଭିଁଙ୍କ ନଜର।

Leave A Reply

Your email address will not be published.