ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

୬ ମାସ ଛୁଟିରେ ଗଲେ ସୁଜାତା ଆର୍‌ କାର୍ତ୍ତିକେୟନ୍‌

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ।ସାଧାରଣ ପ୍ରଶାସନ ବିଭାଗର ଅଫିସ୍ ଅର୍ଡର ଅନୁସାରେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତ କାର୍ତ୍ତିକେୟନ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି। ତାଙ୍କ ଝିଅ ଦଶମ ପରୀକ୍ଷା ଦେବାକୁ ଥିବାରୁ ତା’ର ଯତ୍ନ ନେବା ପାଇଁ ସୁଜାତା ଛୁଟି ନେଇଥିବା ଦର୍ଶାଇଛନ୍ତି।

ସର୍ବଭାରତୀୟ ପ୍ରଶାସନିକ ସେବା ରୁଲସ୍‌-୧୯୫୫ର ରୁଲ ରେ ଥିବା ପ୍ରାବଧାନ ଅନୁସାରେ ସୁଜାତାଙ୍କୁ ଏହି ଛୁଟି ମଞ୍ଜୁର ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି। ସୁଜାତାଙ୍କର ପିଲାର ଯତ୍ନ ପାଇଁ ନେଇଥିବା ଅବଧିର ଛୁଟିକୁ ସାଧାରଣ ଛୁଟିରୁ ବାଦ୍ ଦିଆଯିବ ନାହିଁ । ପିଲାର ଯତ୍ନ ପାଇଁ ନେଇଥିବା ଛୁଟିକୁ ସବୈତନିକ ଛୁଟି ଭାବେ ବିବେଚନା କରାଯିବ ଓ ଛୁଟି ସରିବା ପରେ ଉକ୍ତ ଦରମା ପାଇବାକୁ ସେ ହକଦାର ହେବେ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ ପାଇଁ ସୁଜାତା କାର୍ତ୍ତିକେୟନ୍‌ ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଭାରତୀୟ ନିର୍ବାଚନ କମିସନ୍‌ଙ୍କ ନିକଟରେ ଗତମାସ ଅଭିଯୋଗ ଆଣିଥିଲା। ଏହା ‌ପରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିସନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି ହୋଇଥିଲା।

Leave A Reply

Your email address will not be published.