ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାମୋଜୀ ରାମା ରାଓଙ୍କ ପରଲୋକ

0

ହାଇଦ୍ରାବାଦ: ରାମୋଜୀ ଫିଲ୍ମ ସିଟି ଓ ଇଟିଭି ନେଟୱାର୍କର ପ୍ରତିଷ୍ଠାତା ରାମୋଜୀ ରାମା ରାଓଙ୍କ ପରଲୋକ। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ  ୮୭ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ।

ସୂଚନାଯୋଗ୍ୟ, ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ହେଉଛନ୍ତି ରାମୋଜୀ ରାଓ। ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ସମୟରେ ଦେହାନ୍ତ ହୋଇଛି। ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିଆସୁଥିବା ରାଓ ଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବାର ସୂଚନା ରହିଛି।

Leave A Reply

Your email address will not be published.