ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଗିରିଜା କୁମାର ବଳିୟାରସିଂ

0

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୫ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ସାରା ଭାରତର ବିଭିନ୍ନ ଭାଷାରେ ସୃଜନଶୀଳ ସାହିତ୍ୟ ସୃଷ୍ଟି ପାଇଁ ବିଶିଷ୍ଟ ଲେଖକମାନଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି। ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲୀ, କନ୍ନଡ଼, ଉର୍ଦ୍ଦୁ, କାଶ୍ମୀରୀ ଓ ଇଂରାଜୀ ସହ ମୋଟ ୨୪ଟି ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ଓଡ଼ିଆ ଭାଷା ବିଭାଗରେ ଏବର୍ଷ ଓଡ଼ିଶାର ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ ଚୟନିତ ହୋଇଛନ୍ତି। ୨୦୨୦ ମସିହାରେ ପ୍ରକାଶିତ ତାଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ଅର୍ଜନ କରିବେ। ଏହି ବର୍ଷ କବିତା, ଉପନ୍ୟାସ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା ଓ ଆତ୍ମଜୀବନୀ ସହ ବିଭିନ୍ନ ବିଭାଗର ପୁସ୍ତକଗୁଡ଼ିକୁ ପୁରସ୍କାର ପାଇଁ ବିବେଚନା କରାଯାଇଛି। ପୁରସ୍କାର ସ୍ୱରୂପ ଚୟନିତ ଲେଖକଙ୍କୁ ଉପହାର, ଉତ୍ତରୀୟ ସହ ଏକ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବ। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.