ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ସୋଆ ସ୍ଥାନିତ

0

ଭୁବନେଶ୍ୱର , ୮/୦୬: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଦେଶର ୪୬ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ବିଶ୍ୱ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି ସୋଆ। ଏହି ରାଙ୍କିଙ୍ଗ୍‌ରେ ୧୨୦୧ ରୁ ୧୪୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ଓଡ଼ିଶାର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ଏହି ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି। ଓଡ଼ିଶାର କେବଳ ଦୁଇଟି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇଛନ୍ତି।

ଶୈକ୍ଷିକ ଖ୍ୟାତି, ନିଯୁକ୍ତିଦାତାଙ୍କ ଖ୍ୟାତି, ଫ୍ୟାକଲ୍ଟିଙ୍କର ସନ୍ଦର୍ଭ, ଫ୍ୟାକଲ୍ଟି ଛାତ୍ର ଅନୁପାତ, ଆନ୍ତର୍ଜାତିକ ଫ୍ୟାକଲ୍ଟି ଏବଂ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା ଇତ୍ୟାଦି ବିଭିନ୍ନ ମାପଦଣ୍ଡକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଛି। ଓଡ଼ିଶାରେ ବୃତିଗତ ଶିକ୍ଷା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବା ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୩ ରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି । ୨୦୧୬ ଠାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍‌ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବେ ସୋଆ ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇ ଆସିଛି ।

Leave A Reply

Your email address will not be published.