ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମୋ ବସକୁ ଧକ୍କା ଦେଲା ଟ୍ରକ୍, ୨୦ ଯାତ୍ରୀ ଆହତ

0

କଟକ: ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍। କଟକ ତେଲେଙ୍ଗା ପେଣ୍ଠ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକା ଦେବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି।। ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ବସର ପଛ ପାର୍ଶ୍ୱ ଓ ଟ୍ରକର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି। ତେବେ ଆହାତଙ୍କୁ କଟକ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏସସିବିର ଟ୍ରମା କାଜୁଆଲଟିରେ ମୋଟ ୧୬ ଜଣ ଆହତ ଭର୍ତ୍ତି ହୋଇଛନ୍ତି। ସେଥି ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି । ସମସ୍ତ ଆହତଙ୍କୁ ଏସସିବି ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଉଛି। ତେବେ ଆହତଙ୍କ ମଧ୍ୟରେ୭ ଜଣ ପୁରୁଷ ଏବଂ ୯ ଜଣ ମହିଳା ରହିଥିବା ସୂଚନା ମିଳିଛି।

ମୋ ବସ୍‌ରେ ଥିବା ଜଣେ ଯାତ୍ରୀ କହିଛନ୍ତି, ବସ୍‌ଟି ନର୍ମାଲ ସ୍ପୀଡ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ଏହାକୁ ଧକ୍କା ଦେଇ ପାଖାପାଖି ୨୦ ମିଟର ଠେଲି ନେଇଥିଲା। ଟ୍ରକ୍‌ଟି ବସ୍‌କୁ ପଛରୁ ଧକ୍କା ଦେଇଥିଲା। ତେଣୁ ବସ୍‌ ପଛରେ ବସିଥିବା ଯାତ୍ରୀମାନେ ଅଧିକ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୫୦/୬୦ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଦୁଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.