ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋଆକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ

0

ଭୁବନେଶ୍ୱର, ଜୁନ୍ ୧୦:ତ୍ତଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ଆଇଆଇଆଇଇର ଜାତୀୟ ସଭାପତି ଡକ୍ଟର ଅମୀୟ ବେହେରା ନିକଟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ସାକ୍ଷାତ କରି ଏହି ସମ୍ମାନ ପ୍ରଦାନ କରିଥିଲେ। ଭାରତରେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବିକଶିତ କରିବା ଓ ଆଗକୁ ନେବା ନିମନ୍ତେ ଆଇଆଇଆଇଇ ଭଳି ବୃତିଗତ ଅନୁଷ୍ଠାନ ଦୀର୍ଘ ୬ ଦଶନ୍ଧି ହେବ ଜାତୀୟ ସ୍ତରରେ କାର୍ଯ୍ୟ କରିଆସୁଅଛି ।

ଗତ ମେ ମାସ ୩୧ ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ମସୌରୀ ଠାରେ ଆଇଆଇଆଇଇ ପକ୍ଷରୁ ୨୪ ତମ ସିଇଓ କନ୍‌ଫରେନ୍ସ ଆୟୋଜିତ ହୋଇଥିଲା । ଏହି ଅବସରରେ ସୋଆକୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମିଳନୀର ପ୍ରସଙ୍ଗ ରହିଥିଲା “ବିଲ୍ଡିଂ ରେସିଲିଏନ୍ସ: ଆଡାପ୍ଟିଂ ଟୁ ରାପିଡ୍‌ଲି ଚେଞ୍ଜିଂ ଗ୍ଲୋବାଲ୍ ମାର୍କେଟ” । ସମ୍ମିଳନୀରେ ଅନେକ ନେତୃସ୍ତରୀୟ ବ୍ୟକ୍ତିବିଶେଷ, ମ୍ୟାନେଜମେଂଟ ଗୁରୁ, ରାଷ୍ଟ୍ରଦୂତ, ଶିକ୍ଷାବିତ୍ ଓ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହିତ କର୍ପୋରେଟ ଜଗତର ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଯୋଗ ଦେଇ ସେମାନଙ୍କର ବିଚାରଧାରା ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.