ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ କାରକେଡ ଉପରକୁ ଗୁଳିମାଡ

0

ମଣିପୁର: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ କାରକେଡ ଉପରକୁ ଆକ୍ରମଣ। ଆଜି କାଙ୍ଗପୋକି ଜିଲ୍ଲାର ସଶସ୍ତ୍ର କୁକି ସମ୍ପ୍ରଦାୟର କିଛି ଆକ୍ରମଣକାରୀ ତାଙ୍କ କାରକେଡ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଗୁଳିମାଡ଼ ସମୟରେ କାରକେଡରେ ମୁଖ୍ୟମନ୍ତ୍ରୀ ନ ଥିବା ଜଣାପଡ଼ିଛି। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆଜି ମଣିପୁରର ହିଂସା ପ୍ରଭାବିତ ଜିରିବାମ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଏକ ଟିମକୁ ସେଠାକୁ ପଠାଯାଇଥିଲା। ସୁରକ୍ଷା କନଭୟ ଯେତେବେଳେ କୋଟଲେନରେ ପହଞ୍ଚିଥିଲା, ସେଠାରେ କିଛି ସଶସ୍ତ୍ର ବାହିନୀ କନଭୟ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କୁକି ସମ୍ପ୍ରଦାୟର ଭିକ୍ଷୋଭକାରୀ ଏହି ଆକ୍ରମଣ କରିଥିବା କୁହାଯାଉଛି।

Leave A Reply

Your email address will not be published.