ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ କାରକେଡ ଉପରକୁ ଗୁଳିମାଡ

0

ମଣିପୁର: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ କାରକେଡ ଉପରକୁ ଆକ୍ରମଣ। ଆଜି କାଙ୍ଗପୋକି ଜିଲ୍ଲାର ସଶସ୍ତ୍ର କୁକି ସମ୍ପ୍ରଦାୟର କିଛି ଆକ୍ରମଣକାରୀ ତାଙ୍କ କାରକେଡ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଗୁଳିମାଡ଼ ସମୟରେ କାରକେଡରେ ମୁଖ୍ୟମନ୍ତ୍ରୀ ନ ଥିବା ଜଣାପଡ଼ିଛି। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆଜି ମଣିପୁରର ହିଂସା ପ୍ରଭାବିତ ଜିରିବାମ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଏକ ଟିମକୁ ସେଠାକୁ ପଠାଯାଇଥିଲା। ସୁରକ୍ଷା କନଭୟ ଯେତେବେଳେ କୋଟଲେନରେ ପହଞ୍ଚିଥିଲା, ସେଠାରେ କିଛି ସଶସ୍ତ୍ର ବାହିନୀ କନଭୟ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କୁକି ସମ୍ପ୍ରଦାୟର ଭିକ୍ଷୋଭକାରୀ ଏହି ଆକ୍ରମଣ କରିଥିବା କୁହାଯାଉଛି।

Leave A Reply

Your email address will not be published.