ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷହେବା ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ। କିନ୍ତୁ ଆଗାମୀ ଲୋକସଭାର ବାଚସ୍ପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ଆଉ ଏହାରି ଭିତରେ ଆସନ୍ତା ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ସରକାର ଗଠନ କରିବା ପରେ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ରେ ବସିବ। ପ୍ରଥମ ଦିନରେ ସଂସଦର ଉଭୟ ସଦନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ। ସେହିପରି ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଜୁନ୍ ୨୬ ତାରିଖରେ ଲୋକସଭାରେ ବାଚସ୍ପତି ପଦ ପାଇଁ ‌ଭୋଟ ପଡିବ। ଯେଉଁଥିରେ ସାଂସଦ ମାନେ ବାଚସ୍ପତି ପଦ ପାଇଁ ଭୋଟ୍ ଦେବେ। ତେବେ ଏହା ପୂର୍ବରୁ କାମଚଳା ବାଚସ୍ପତି ପ୍ରଥମେ ସାଂସଦମାନଙ୍କ ଶପଥ ପାଠ କରାଇବେ। ଏହାପରେ ବାଚସ୍ପତି ପଦ ପାଇଁ ଭୋଟିଂ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକସଭାର ବାଚସ୍ପତି କିଏ ହେବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି।

ତେବେ ବାଚସ୍ପତି ଦୌଡରେ ବିଜେପିର ଅନେକ ନେତା ଆଗରେ ରହିଛନ୍ତି । ଖାସ୍ କରି ଆନ୍ଧ୍ରର ବିଜେପି ମୁଖ୍ୟ ଡି. ପୁରନ୍ଦେଶ୍ୱରୀ ଏହି ଦୌଡରେ ସବୁଠୁ ଆଗରେ ରହିଛନ୍ତି। ।ଗୋଟିଏ ପଟେ ମହିଳା ଚେହେରା ଏବଂ ଅନ୍ୟପଟେ ଟିଡିପି ମୁଖ୍ୟଙ୍କ ସହ ସମ୍ପର୍କକୁ ନେଇ ପୁରନ୍ଦେଶ୍ୱରୀ ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି। ଏହାବାଦ୍ ଓଡିଶାରୁ କଟକ ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ଅଭିଜ୍ଞତା ଦୃଷ୍ଟିରୁ ବାଚସ୍ପତି ଦୌଡରେ ଆଗୁଆ ଥିବା ଜଣାପଡିଛି।

Leave A Reply

Your email address will not be published.