ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍‌ ଆଇଡି

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍‌ ଆଇଡି ଖୋଲା ହୋଇଛି। ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ନପୁରୁଣୁ ତାଙ୍କ ନାମରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫେକ୍‌ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦ୍‌ନାମ କରିବାକୁ ଉଦ୍ୟମ କରାଯାଇଛି। ଆଜି ୫-ଟି ଓ ମୋ ସରକାରକୁ ନେଇ ଏକ ଫେକ୍‌ ନ୍ୟୁଜ ପୋଷ୍ଟ ପରେ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏଥିସହ ଫେକ୍‌ ଓ ପ୍ରକୃତ ଆଇଡିର ହୋମ୍‌ ପେଜ୍‌ ପୋଷ୍ଟ କରିଛି।

ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି(ଫେକ୍‌ ଓ ପ୍ରକୃତ)ର ମାଷ୍ଟହେଡ୍‌ ସମାନ ରହିଥିଲା ବେଳେ ଫେକ୍‌ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ ହେଉଛି @MohanModisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍‌ବୁକ୍ ଆକାଉଣ୍ଟ https://facebook.com/MohanMOdisha ରହିଥିବା ବେଳେ Instagram https://instagram.com/mohanmodisha/ ରହିଛି।

ତେବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ତତ୍ପରତା ଦେଖାଇଥିଲେ। ୫ଟି ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ‘ଏକ୍ସ’ ଆକାଉଣ୍ଟଟି ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଥିଲା।

Leave A Reply

Your email address will not be published.