ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମମିତା ହତ୍ୟାକାଣ୍ଡ : ପୁଣି ସିବିଆଇ ତଦନ୍ତ ଦାବି

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ପୁଣି ଥରେ ସିବିଆଇ ତଦନ୍ତ ଦାବି ଉଠିଛି। ମମିତାଙ୍କ ପରିବାର ପକ୍ଷରୁ ରବିବାର ଏହି ଦାବି କରାଯାଇଛି। ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରବିବାର ମମିତାଙ୍କ ପରିବାରକୁ ଭେଟିଥିଲେ। ଝରନୀସ୍ଥିତ ମମିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମୟରେ ମମିତାଙ୍କ ମା’ବାପା ବିଧାୟକଙ୍କୁ ନେହୁରା ହୋଇ ମାମଲାର ସିବିଆଇ ତଦନ୍ତ କରିବାକୁ କହିଛନ୍ତି। ସେମାନେ କହିଥିଲେ ଯେ, ଆମକୁ ଏଯାଏ ନ୍ୟାୟ ମିଳିଲା ନାହିଁ। ପୂର୍ବରୁ ଅନେକ ଥର ସିବିଆଇ ତଦନ୍ତ ଦାବି କରି ନିରାଶ ହୋଇଛୁ। ସିବିଆଇ ତଦନ୍ତ କରାଗଲେ ହିଁ ପ୍ରକୃତ ଦୋଷୀ ଧରାପଡ଼ିବେ। ପରିବାର ଲୋକଙ୍କ କଥା ଶୁଣି ବିଧାୟକ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ସିବିଆଇ ତଦନ୍ତ ନେଇ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଳା ମହାଲିଙ୍ଗ ଠାରେ ସନସାଇନ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ ମମିତା ମେହେର । ୨୦୨୧ ମସିହା ଅକ୍ବୋବର ୮ ତାରିଖ, ନିଖୋଜ ହୋଇଯାଇଥିଲେ ମମିତା। ନିଖୋଜ ନେଇ ଅକ୍ବୋବର ୧୩ ତାରିଖରେ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ଅଭିଯୋଗ ଆଧାରରେ ସଂପୃକ୍ତ ଘରୋଇ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ କରିଥିଲା ପୋଲିସ୍‌ ।ଗିରଫ ପରେ ଅକ୍ଟୋବର ୧୭ ତାରିଖ ଟିଟିଲାଗଡ ପୋଲିସ ବ୍ୟାରେକରୁ ଫେରାର ମାରିଥିଲା ଗୋବିନ୍ଦ। ଅକ୍ଟୋବର ୧୯ ତାରିଖ, ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହୋଇଥିଲା । ସେହିଦିନ ସଂନ୍ଧ୍ୟାରେ ଆଖୁବାଡିରୁ ଗିରଫ ହୋଇଥିଲା ଗୋବିନ୍ଦ। କିନ୍ତୁ ଗିରଫ ହେବାର ବର୍ଷକ ପରେ, କଣ୍ଟାବାଂଜି ଉପ-କାରଗାରରେ ଗୋବିନ୍ଦର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ଏହା ପରେ ତଦନ୍ତ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.