ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଦିଲ୍ଲୀରେ ଜଳ ସଙ୍କଟ: ପାଇପଲାଇନ ସୁରକ୍ଷା ପାଇଁ ପୋଲିସକୁ ଚିଠି ଲେଖିଲେ ମନ୍ତ୍ରୀ

0

ନୂଆଦିଲ୍ଲୀ: ଟୋପେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଦିଲ୍ଲୀ ବାସୀ। ଟ୍ୟାଙ୍କର ଆସିବା କ୍ଷଣି ଗାଡ଼ି ଉପରେ ଚଢ଼ି ଜୋରଜବରଦସ୍ତ ପାଣି ନେଉଛନ୍ତି। ରାଜଧାନୀର ଏଭଳି ଦୃଶ୍ୟ ସମଗ୍ର ଦେଶ ପାଇଁ ସତର୍କ ଘଣ୍ଟି ପାଲଟିଛି। ପରିସ୍ଥିତି ଏପରି ହେଲାଣି ଯେ, ସରକାର ଏବେ ପାନୀୟଜଳ ପାଇପଲାଇନର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ଏଠାରେ ପାଇପ୍‌ ଲାଇନ୍‌ କାଟିବାକୁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀ ରବିବାର ଦିଲ୍ଲୀ ପୁଲିସ ଆୟୁକ୍ତ ସଞ୍ଜୟ ଅରୋରାଙ୍କୁ ଚିଠି ଲେଖି ପାଇପଲାଇନ ସୁରକ୍ଷା ପାଇଁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।ଅତିଶୀ କହିଛନ୍ତି ଯେ ଗତକାଲି ଦକ୍ଷିଣ ଦିଲ୍ଲୀର ପାଇପଲାଇନରେ ୬ ବୋଲ୍ଟ କଟାଯାଇଥିଲା। ଦିଲ୍ଲୀରେ ଜଳ ସମସ୍ୟା ବଢ଼ାଇବା ପାଇଁ ଏକ ଷଡଯନ୍ତ୍ର ହୋଇଛି। ଏହି ଷଡଯନ୍ତ୍ର ହେତୁ ଆଜି ଦକ୍ଷିଣ ଦିଲ୍ଲୀରେ ୨୫% ଜଳ ଅଭାବ ଦେଖାଦେଇଛି।ଏହା ଦ୍ୱାରା ଖଳ ପ୍ରକୃତିର ଲୋକେ କିମ୍ବା ଉଦ୍ଦେଶ୍ୟମୂଳକ ବ୍ୟକ୍ତିମାନଙ୍କୁ ପାଣି ପାଇପ୍‌ ଲାଇନ୍‌ ଉପରେ ଟାମ୍ପରିଂ କରିବାରୁ ରୋକା ଯାଇପାରିବ, ଯାହା ବର୍ତ୍ତମାନ ଦିଲ୍ଲୀର ଜୀବନ ପାଲଟିଛି। ଏହି ସମୟରେ ପାଣି ପାଇପ୍‌ ଲାଇନ୍‌କୁ କାଟିବା କିମ୍ବା ଭଙ୍ଗାରୁଜା କରିବା ଦ୍ୱାରା ଦିଲ୍ଲୀର ଲୋକଙ୍କ ଜଳ ସମସ୍ୟାକୁ ଆହୁରି ବଢ଼ାଇପାରେ ବୋଲି ଆତୀଶି କହିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀ ନୂଆଦିଲ୍ଲୀରେ ବର୍ତ୍ତମାନ ଜଳ ସଙ୍କଟ ଦେଖାଦେଇଛି। ଦୈନିକ ୭୦ ନିୟୁତ ଗ୍ୟାଲନ ଜଳ ଅଭାବ ପଡ଼ୁଛି। ମୁନାକ କେନାଲ ଏବଂ ୱାଜିରାବାଦ ଜଳଭଣ୍ଡାରରେ ଜଳାଭାବ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ଅତିଶୀ କହିଛନ୍ତି। ଅନ୍ୟପଟେ ଜଳସଙ୍କଟ ଦୂର ପାଇଁ ଆପ୍‌‌ ସରକାରଙ୍କ ପକ୍ଷରୁ ହରିୟାଣା ସରକାରଙ୍କୁ ଅନୁରୋଧ କରାଯାଇଛି। ମାନବିକତା ଦୃଷ୍ଟିରୁ ହରିୟାଣାରୁ ଯମୁନା ନଦୀରେ ଦିଲ୍ଲୀକୁ ପାଣି ଛାଡ଼ିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.