ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଦିଲ୍ଲୀରେ ଜଳ ସଙ୍କଟ: ପାଇପଲାଇନ ସୁରକ୍ଷା ପାଇଁ ପୋଲିସକୁ ଚିଠି ଲେଖିଲେ ମନ୍ତ୍ରୀ

0

ନୂଆଦିଲ୍ଲୀ: ଟୋପେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଦିଲ୍ଲୀ ବାସୀ। ଟ୍ୟାଙ୍କର ଆସିବା କ୍ଷଣି ଗାଡ଼ି ଉପରେ ଚଢ଼ି ଜୋରଜବରଦସ୍ତ ପାଣି ନେଉଛନ୍ତି। ରାଜଧାନୀର ଏଭଳି ଦୃଶ୍ୟ ସମଗ୍ର ଦେଶ ପାଇଁ ସତର୍କ ଘଣ୍ଟି ପାଲଟିଛି। ପରିସ୍ଥିତି ଏପରି ହେଲାଣି ଯେ, ସରକାର ଏବେ ପାନୀୟଜଳ ପାଇପଲାଇନର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ଏଠାରେ ପାଇପ୍‌ ଲାଇନ୍‌ କାଟିବାକୁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀ ରବିବାର ଦିଲ୍ଲୀ ପୁଲିସ ଆୟୁକ୍ତ ସଞ୍ଜୟ ଅରୋରାଙ୍କୁ ଚିଠି ଲେଖି ପାଇପଲାଇନ ସୁରକ୍ଷା ପାଇଁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।ଅତିଶୀ କହିଛନ୍ତି ଯେ ଗତକାଲି ଦକ୍ଷିଣ ଦିଲ୍ଲୀର ପାଇପଲାଇନରେ ୬ ବୋଲ୍ଟ କଟାଯାଇଥିଲା। ଦିଲ୍ଲୀରେ ଜଳ ସମସ୍ୟା ବଢ଼ାଇବା ପାଇଁ ଏକ ଷଡଯନ୍ତ୍ର ହୋଇଛି। ଏହି ଷଡଯନ୍ତ୍ର ହେତୁ ଆଜି ଦକ୍ଷିଣ ଦିଲ୍ଲୀରେ ୨୫% ଜଳ ଅଭାବ ଦେଖାଦେଇଛି।ଏହା ଦ୍ୱାରା ଖଳ ପ୍ରକୃତିର ଲୋକେ କିମ୍ବା ଉଦ୍ଦେଶ୍ୟମୂଳକ ବ୍ୟକ୍ତିମାନଙ୍କୁ ପାଣି ପାଇପ୍‌ ଲାଇନ୍‌ ଉପରେ ଟାମ୍ପରିଂ କରିବାରୁ ରୋକା ଯାଇପାରିବ, ଯାହା ବର୍ତ୍ତମାନ ଦିଲ୍ଲୀର ଜୀବନ ପାଲଟିଛି। ଏହି ସମୟରେ ପାଣି ପାଇପ୍‌ ଲାଇନ୍‌କୁ କାଟିବା କିମ୍ବା ଭଙ୍ଗାରୁଜା କରିବା ଦ୍ୱାରା ଦିଲ୍ଲୀର ଲୋକଙ୍କ ଜଳ ସମସ୍ୟାକୁ ଆହୁରି ବଢ଼ାଇପାରେ ବୋଲି ଆତୀଶି କହିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀ ନୂଆଦିଲ୍ଲୀରେ ବର୍ତ୍ତମାନ ଜଳ ସଙ୍କଟ ଦେଖାଦେଇଛି। ଦୈନିକ ୭୦ ନିୟୁତ ଗ୍ୟାଲନ ଜଳ ଅଭାବ ପଡ଼ୁଛି। ମୁନାକ କେନାଲ ଏବଂ ୱାଜିରାବାଦ ଜଳଭଣ୍ଡାରରେ ଜଳାଭାବ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ଅତିଶୀ କହିଛନ୍ତି। ଅନ୍ୟପଟେ ଜଳସଙ୍କଟ ଦୂର ପାଇଁ ଆପ୍‌‌ ସରକାରଙ୍କ ପକ୍ଷରୁ ହରିୟାଣା ସରକାରଙ୍କୁ ଅନୁରୋଧ କରାଯାଇଛି। ମାନବିକତା ଦୃଷ୍ଟିରୁ ହରିୟାଣାରୁ ଯମୁନା ନଦୀରେ ଦିଲ୍ଲୀକୁ ପାଣି ଛାଡ଼ିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.