ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ପୂର୍ବତନ ରାଜ୍ୟପାଳ ଭଣ୍ଡାରେ ଆଉ ନାହାନ୍ତି

0

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଆଉ ନାହାନ୍ତି। ଆଜି ୯୫ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

ଶ୍ରୀ ଭଣ୍ଡାରେ ଅଗଷ୍ଟ ୨୧, ୨୦୦୭ରୁ ମାର୍ଚ୍ଚ ୯, ୨୦୧୩ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଥିଲେ। ୧୯୨୮ ଡିସେମ୍ବର ୧୦ରେ ଶ୍ରୀ ଭଣ୍ଡାରେ ଜନ୍ମଗ୍ରହଣ କରିଥିଲେ। ପରେ କଂଗ୍ରେସ ସମର୍ଥନରେ ମହାରାଷ୍ଟ୍ରରୁ ୧୯୮୦ରୁ ୧୯୯୪ ମଧ୍ୟରେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଶ୍ରୀ ଭଣ୍ଡାରେ। ସୁପ୍ରିମକୋର୍ଟର ଏହି ବରିଷ୍ଠ ଆଇନଜୀବୀ ବାର୍ ବାର୍‌ ଆସୋସିଏସନ୍‌ର ଦୁଇ ଥର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ।

Leave A Reply

Your email address will not be published.