ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଡିପଥେରିଆ ପାଇଁ କଣ କରିବାକୁ ହେବ, ଡାକ୍ତର ଦେଲେ ପରାମର୍ଶ

0

ଭୁବନେଶ୍ବର: ଓଡ଼ିଶାର କିଛି ଜିଲ୍ଲାରେ ଏବେ ଡିପଥେରିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଅଛନ୍ତି ।

ତେବେ ରାୟଗଡାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪ ରୁ ୫ ଜଣ ସନ୍ଦିଗ୍ଧ ଡିପଥେରିଆ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆରଏମଆରସିକୁ ପଠାଯାଇଛି । କାଲିଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟୀକା । ରାୟଗଡ଼ା ସମେତ ଏହାର ଆଖପାଖ ଜିଲ୍ଲାକୁ ବ୍ୟାପିଥିବା ଡିପଥେରିଆ ସଂକ୍ରମଣକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ।

କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମନିଟର କରୁଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କଳାହାଣ୍ଡିର ସଂକ୍ରମିତଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାୟଗଡ଼ାରେ ସ୍ଥିତି ଏବେ ସ୍ଥିର ରହିଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଆଣ୍ଟିବାୟୋଟିକ ଦ୍ୱାରା ଏହି ସଂକ୍ରମଣକୁ ମୂଳପୋଛ କରାଯାଇପାରିବ । ଯେହେତୁ ଏହା ବାୟୁବାହିତ ରୋଗ, ତେଣୁ ଲୋକମାନେ ମାସ୍କ ପିନ୍ଧନ୍ତୁ । ଅନ୍ୟପଟେ, ଡିପଥେରିଆ ମୁକାବିଲା ପାଇଁ ଆସନ୍ତାକାଲିଠୁ ଦିଆଯିବ ବୁଷ୍ଟର ଡୋଜ୍ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏକ ବର୍ଷର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ ସେହିପରି ୫ ରୁ ୧୫ ବର୍ଷଙ୍କୁ ଟିଡି ଡୋଜ୍ ଦିଆଯିବ । ସର୍ଭେଲାନ୍ସ ଚାଲିଛି, ଲକ୍ଷଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଉଛି । ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ ।

Leave A Reply

Your email address will not be published.