ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପୁଣି ମୁଣ୍ଡ ନେଲା ରାଜଧାନୀର ମୁକୁଳ ଡ୍ରେନ୍

0

ଭୁବନେଶ୍ବର: ଡ୍ରେନରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବର୍ଷା ପାଣିରେ ମୁକୁଳା ଡ୍ରେନ୍‌ରେ ଭାସି ନାବାଳକ ଜଣଙ୍କ ଭାସି ଯାଇଥିଲେ। ଯାହା ପରେ ତାଙ୍କୁ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆଜି ରାଜଧାନୀର ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକସନ୍ତପ୍ତ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍‌ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି ରାଜଧାନୀ ୟୁନିଟ-୩ ମସଜିଦ କଲୋନୀ ନିକଟରେ ଥିବା ମୁକୁଳା ଡ୍ରେନ୍‌ରେ ୮ ବର୍ଷର ନାବାଳକ ଏସକେ ରାଜେଶ ଭାସି ଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ବି ପାଇନଥିଲେ । ଏହାପରେ ଓଡ୍ରାଫ ଟିମ୍ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ବାଳକକୁ ଓସ୍କାର ସିଟି ପାଖରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.