ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବାରଣାସୀରେ ମୋଦୀ ଦେଲେ ବଡ ଉପହାର

0

ବାରାଣସୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରଣାସୀ ଗ୍ରସ୍ତରେ ଯାଇ ସେଠାକାର ଚାଷୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୋଦୀ। ଚାଷୀ ମାନଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କରିଛନ୍ତି ମୋଦୀ ।

ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି। ବାରାଣସୀରୁ ଚାଷୀଙ୍କ ଖାତାକୁ ଅର୍ଥ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୯ କୋଟି ୨୬ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ ହଜାର କୋଟିରୁ ଅଧିକ ଟଙ୍କା। ଏହି ଯୋଜନା ମାଧ୍ୟମରେ ପ୍ରତି ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ କିଷାନ ସମ୍ମାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଥିଲେ ପିଏମ ମୋଦୀ। ଏହି ପ୍ରତିଶ୍ରୁତି ଅନୁସାରେ ଆଜି ଚାଷୀଙ୍କ ଖାତାକୁ ଯାଇଛି କିଷାନ ସମ୍ମାନ ନିଧିର ସପ୍ତଦଶ କିସ୍ତି।

ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ ପରେ ପିଏମ ମୋଦି ପ୍ରଥମଥର ଲାଗି ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ଡିବିଟି ଜରିଆରେ ଏହି କିସ୍ତି ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରି ବାରାଣସୀ ବାସୀଙ୍କ ପାଖରେ ଋଣୀ ବୋଲି କହିଥିଲେ ମୋଦି। ମା ଗଙ୍ଗା ମୋତେ କୋଳେଇ ନେଇଛନ୍ତି। ମୁଁ ଏଠାକାର ହୋଇଯାଇଛି ବୋଲି କହିଛନ୍ତି ପିଏମ ମୋଦୀ।

Leave A Reply

Your email address will not be published.