ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବାରଣାସୀରେ ମୋଦୀ ଦେଲେ ବଡ ଉପହାର

0

ବାରାଣସୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରଣାସୀ ଗ୍ରସ୍ତରେ ଯାଇ ସେଠାକାର ଚାଷୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୋଦୀ। ଚାଷୀ ମାନଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କରିଛନ୍ତି ମୋଦୀ ।

ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି। ବାରାଣସୀରୁ ଚାଷୀଙ୍କ ଖାତାକୁ ଅର୍ଥ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୯ କୋଟି ୨୬ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ ହଜାର କୋଟିରୁ ଅଧିକ ଟଙ୍କା। ଏହି ଯୋଜନା ମାଧ୍ୟମରେ ପ୍ରତି ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ କିଷାନ ସମ୍ମାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଥିଲେ ପିଏମ ମୋଦୀ। ଏହି ପ୍ରତିଶ୍ରୁତି ଅନୁସାରେ ଆଜି ଚାଷୀଙ୍କ ଖାତାକୁ ଯାଇଛି କିଷାନ ସମ୍ମାନ ନିଧିର ସପ୍ତଦଶ କିସ୍ତି।

ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ ପରେ ପିଏମ ମୋଦି ପ୍ରଥମଥର ଲାଗି ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ଡିବିଟି ଜରିଆରେ ଏହି କିସ୍ତି ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରି ବାରାଣସୀ ବାସୀଙ୍କ ପାଖରେ ଋଣୀ ବୋଲି କହିଥିଲେ ମୋଦି। ମା ଗଙ୍ଗା ମୋତେ କୋଳେଇ ନେଇଛନ୍ତି। ମୁଁ ଏଠାକାର ହୋଇଯାଇଛି ବୋଲି କହିଛନ୍ତି ପିଏମ ମୋଦୀ।

Leave A Reply

Your email address will not be published.