ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଚାଷୀଙ୍କୁ ଟଙ୍କା ଦେଲେ ସରକାର

0

ଭୁବନେଶ୍ବର: ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି ।

ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର । ଏଯାଏଁ ୧୬ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା ବେଳେ ଆଜି ୧୭ ତମ କିସ୍ତିରେ ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି। ୨୦୨୩-୨୪ରେ ଓଡିଶାରେ ୩୦ ଲକ୍ଷରୁ ଅଧିକ ପିଏମ କିଷାନ ସମ୍ମାନ ନିଧି ହିତାଧିକାରୀ ଅଛନ୍ତି ।

ଏହି ଯୋଜନାରେ ଚାଷୀମାନେ ବର୍ଷକୁ ୬ ହଜାର ଟଙ୍କା ପାଇବେ। ଏହା ତିନୋଟି କିସ୍ତିରେ ମିଳିବ । ଏହି ଅବସରରେ ରାଜ୍ୟର ବିଭିନ୍ନ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଖୁସି ହେଲେ କୃଷକ … ରାଷ୍ଟ୍ର ହେବ ଉନ୍ନତ ଉଦେଶ୍ୟ ନେଇ ବାରଣାସୀଠାରୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର। ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ସାର୍ଟିଫିକେଟ ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା ।

Leave A Reply

Your email address will not be published.