ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବିଜେଡି ଇତିହାସରେ ପ୍ରଥମ : ଲୋକ ସଭାରେ ନାହାନ୍ତି କେହି ସଦସ୍ୟ

0

ଭୁବନେଶ୍ବର: ଲୋକ ସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ଏମ୍‌ପି ମାନେ ଶପଥ ଗ୍ରହଣ କରୁଛନ୍ତି। ହେଲେ ବିଜୁ ଜନତା ଦଳର ଇତିହାସରେ ପ୍ରଥମ କରି ଏକ ଘଟଣା ଘଟିଛି। ଲୋକ ସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କାରଣରୁ ଆଜିର ଲୋକ ସଭା ଅଧିବେଶନରେ ବିଜେଡିର କେହି ସଦସ୍ୟ ନାହାନ୍ତି। ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଥିବା ବେଳେ ସେଥିରୁ ୨୦ଟି ଆସନ ନିଜର କରିଛି ଭାରତୀୟ ଜନତା ପାର୍ଟି। ଅନ୍ୟପଟେ କୋରାପୁଟ ଲୋକ ସଭା ଆସନରୁ ସପ୍ତଗିରି ଉଲାକା କଂଗ୍ରେସରୁ ପୁନର୍ବାର ବିଜୟୀ ହୋଇ ଏମ୍‌ପି ହୋଇଛନ୍ତି।

ସୂଚନାଯୋଗ୍ୟ; ରାଜ୍ୟ ସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ଏମ୍‌ପି ଥିବାବେଳେ ବିଜୁ ଜନତା ଦଳର ୯ ଜଣ ଏମ୍‌ପି ଅଛନ୍ତି। ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ। ରାଜ୍ୟ ସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୫ ହୋଇଥିବା ବେଳେ କୌଣସି ବିଲ ପାସ କରିବାକୁ, ୧୨୩ ଏମ୍‌ପିଙ୍କ ସମର୍ଥନ ଆବଶ୍ୟକ ହେବ ।

ବର୍ତ୍ତମାନ ସମସ୍ତ ଏନଡିଏ ସହଯୋଗୀ ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ମାତ୍ର ୧୧୭, ଯାହା ସଂଖ୍ୟାଗରିଷ୍ଠତାଠାରୁ ୬ ସଦସ୍ୟ କମ୍‌। ଏଭଳି ପରିସ୍ଥିତିରେ, ୱାଇଏସ୍‌ଆର କଂଗ୍ରେସ କିମ୍ବା ବିଜୁ ଜନତା ଦଳ ବିନା ସମର୍ଥନରେ ଉପର ଗୃହରେ କୌଣସି ବିଲ ପାସ କରିବା ସହଜ ହେବ ନାହିଁ। ଆଗାମୀ ଦିନରେ ଅତି କମରେ ୬ଟି ଖାଲି ସିଟ ଜିତିବାକୁ ଭାଜପା ନିଶ୍ଚୟ ଚେଷ୍ଟା କରିବ । ତେବେ ସରକାର ହରାଇବା ପରେ ମଧ୍ୟ ଏବେ ବିି ୱାଇଏସ୍‌ର କଂଗ୍ରେସ ଏବଂ ବିଜୁ ଜନତା ଦଳ ରାଜ୍ୟସଭାରେ କ୍ଷମତାପୂର୍ଣ୍ଣ ରହିଛନ୍ତି ।

Leave A Reply

Your email address will not be published.