ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଜାହିର

0

ନ୍ୟୁଜ୍ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଦୀର୍ଘ ଦିନର ପ୍ରେମ ପରେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କ ହାତ ଧରିଲେ ସୋନାକ୍ଷୀ। ଗତକାଲି (ଜୁନ ୨୩)ରେ ମୁମ୍ୱାଇରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କରିଛନ୍ତି। ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଥିବା ବେଳେ ସନ୍ଧ୍ୟାରେ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଗ୍ରାଣ୍ଡ ରିସ୍ପେସନ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ। ଏହି ଅବସରରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଠାରୁ ଆରମ୍ଭ କରି ଅନୀଲ କପୁର, ସଲମାନ ଖାନ, ହୀରାମଣ୍ଡିର ଷ୍ଟାରକାଷ୍ଟ ସାମିଲ ହୋଇଥିଲେ। ବର୍ତ୍ତମାନ ଉଭୟଙ୍କ ବିବାହ ସମାରୋହର ଅନେକ ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।

ସୋନାକ୍ଷୀ ହିନ୍ଦୁ ହୋଇଥିବାବେଳେ ମୁସଲିମ ଧର୍ମୀ ଅଟନ୍ତି ଜାହିର। ଧର୍ମ ପରିବର୍ତ୍ତନ କରିବେ ନାହିଁ ସୋନାକ୍ଷୀ। ଏଣୁ ଉଭୟ ୧୯୫୪ର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ଏକ ପଞ୍ଜୀକୃତ ବିବାହ କରିଛନ୍ତି।। ଏହି ଆକ୍ଟ ଅନୁଯାୟୀ, ଯାହାର ଉଭୟ ଧର୍ମ ସହ କୌଣସି ସମ୍ପର୍କ ନାହିଁ। ଏଭଳି ପରିସ୍ଥିତିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର କୌଣସି ରୀତିନୀତି ପାଳନ କରାଯାଏ ନାହିଁ।

Leave A Reply

Your email address will not be published.