ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଏବେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା

0

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢି ବଢି ଚାଲିଛି। ଅମାନିଆଙ୍କୁ ସାବାଡ କରିବା ପାଇଁ ସରକାର ଦିନକୁ ଦିନ ନୂଆ ନିୟମ ମାନ ଲାଗୁ କରିଚାଲିଛନ୍ତି। ଏବେ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରେ ଲାଗିଛି। ଟ୍ରାଫିକ ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣିବେ ଅମାନିଆ। ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମା ଲାଗୁ ହୋଇଛି ।

ବାଇକ୍‌ ଚାଳନା ସମୟରେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା। ଗଜପତି ଜିଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଏଭଳି ଏକ ଚିଠି ଆସିବା ପରେ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିବା ସହ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡି ହେବାପରେ ଏହାର ଫଳାଫଳ ମଧ୍ୟ ମିଳୁଛି। ସମୟ କ୍ରମେ ବାଇକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସାମାନ୍ୟ କମିଛି। ଲୋକେ କିଭଳି ଟ୍ରାଫିକ ନିୟମ ମାନିବେ ତାହାରି ଉପରେ ନଜର ରଖିଛି ପ୍ରଶାସନ।

Leave A Reply

Your email address will not be published.