ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଦେଶ ପାଇଁ ଏହା ମୋର ଶେଷ ଟି ୨୦ : ବିରାଟ କୋହଲି

0

ନ୍ୟୁଜ୍ ବ୍ୟୁରୋ: ଟି ୨୦ କ୍ରିକେଟରୁ ଅବସର ଘୋଷଣା କଲେ କୋହଲି। ଟି ୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଦେଶ ପାଇଁ ଏହା ମୋର ଶେଷ ଟି ୨୦ ମ୍ୟାଚ୍ ଥିଲା ବୋଲି କହିଲେ କୋହଲି।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ। ଏଥିସହିତ ଭାରତ ଚତୁର୍ଥ ଥର ପାଇଁ କୌଣସି ବିଶ୍ୱକପ ଜିତିଛି। ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ୧୫୦ କୋଟି ଭାରତୀୟ ଉତ୍ସବମୁଖର ହୋଇଛନ୍ତି।

ଭାରତୀୟ ଦଳ ଦୁଇଥର (୧୯୮୩, ୨୦୧୧) ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି। ସେହିଭଳି ଦୁଇଥର (୨୦୦୭, ୨୦୨୪) ଟି ୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଦଳ ଶେଷ ଥର ପାଇଁ ୨୦୧୧ ରେ ଦିନିକିଆ ବିଶ୍ୱକପ ଜିତିଥିଲା। ​​ବର୍ତ୍ତମାନ ୧୩ ବର୍ଷ ପରେ କୌଣସି ବିଶ୍ୱକପ୍ (ଟି -୨୦ ରେ) ଟାଇଟଲ୍ ଜିତିଛି।

ଏହା ସହିତ ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ କୋହଲି। ଟୁର୍ଣ୍ଣାମେଣ୍ଟରେ କୋହଲି ଭଲ ପ୍ରଦର୍ଶନ କରିନପାରି ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ ଶେଷ ମ୍ୟାଚରେ ସେ କମାଲ କରିଥିଲେ। ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯାଉଥିବା ବେଲେ ସେ କ୍ରିଜରେ ଛିଡା ହୋଇ ଏକା ଲଢିଥିଲେ। ୫୯ ବଲରେ ୭୬ ରନ କରିଥିଲେ କୋହଲି। ମ୍ୟାଚ ସରିବା ପରେ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ କୋହଲି। ଏହି ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ଘୋଷଣା କରିଥିଲେ ।

Leave A Reply

Your email address will not be published.