ପ୍ରମୁଖ ଖବର

ରାଜ୍ୟରେ ୫ ହଜାର ଡାକ୍ତରଙ୍କୁ ମିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ
ଜାନୁଆରୀ ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ନୂତନ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଦେବେ ସରକାର
ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ
ରାଜ୍ୟ ବାହାରକୁ ଚାଲାଣ ବେଳେ ୨ହାତୀ ଦାନ୍ତ ଜବତ, ୪ ଅଟକ
ସୁଭଦ୍ରାରେ ଯୋଜନାରେ ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ

ମହାବୀର ପେପର ମିଲ୍‌ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

0

ଟିଟିଲାଗଡ଼: ପେପର ମିଲରେ ଭୟାଭୟ ଅଗ୍ନିକାଣ୍ଡ। ଟିଟିଲାଗଡ଼ ନିକଟସ୍ଥ ଚୋରମରା ଗାଁରେ ଥିବା ମହାବୀର ପେପର ମିଲ୍‌ରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ରବିବାର ସକାଳୁ ଫ୍ୟାକ୍ଟ୍ରି କାର୍ଯ୍ୟ ଆରମ୍ଭ କରିବା ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା। ପରେ ନିଆଁ ପାଖରେ ଥିବା ବ୍ଲିଚିଙ୍ଗ ପାଉଡର ଉପରେ ପଡିବାରୁ ନିଆଁ ବ୍ୟାପକ ରୂପ ନେଇଥିଲା। ନିଆଁ ଭୟଙ୍କର ରୂପ ନେବାରୁ ଫ୍ୟାକ୍ଟ୍ରିରେ ଥିବା କେମିକାଲ ଓ ଅନ୍ୟାନ୍ୟ ସମାଗ୍ରୀ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଗୋଦାମ ଘରେ କାଗଜ ଏବଂ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ପରେ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ମିଳିନି। କିନ୍ତୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ଜଣାପଡିନାହିଁ । ଆଜି ଛୁଟି ଦିନ ଥିବାରୁ କାରଖାନାରୁ କେହି କର୍ମଚାରୀ ଆସିନଥିଲେ। ତେଣୁ ଏକ ବଡ ଅଘଟଣ ବର୍ତ୍ତିଯାଇଛି ବୋଲି କୁହାଯାଇପାରିବ।

Leave A Reply

Your email address will not be published.