ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଦାୟିତ୍ୱ ନେବା ପରେ ପ୍ରାରମ୍ଭିକ ବୈଠକ କଲେ ଶ୍ରୀ ଆହୁଜା

0

ଭୁବନେଶ୍ବର: ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଦାୟିତ୍ୱ ନେବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି। ଆଜି ସନ୍ଧ୍ୟାରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ସମସ୍ତ ସଚିବଙ୍କ ସହଯୋଗ କାମନା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର ସୁନାମ ରହିଛି।

ବୈଠକରେ ଆଗାମୀ ବଜେଟ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁପରିଚାଳନା, ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗର କାର୍ଯ୍ୟରେ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ଛୋଟ ଛୋଟ ସମସ୍ୟା ରହୁଥିଲେ କାର୍ଯ୍ୟକୁ ବିଳମ୍ବିତ ନ କରି ଶୀଘ୍ର ଶେଷ କରାଯିବା, କାର୍ଯ୍ୟରେ ସୃଜନଶୀଳତା, ସ୍ବଚ୍ଛତା ଓ ସୁପ୍ରଶାସନ ଦିଗରେ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି।

ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ନୂତନ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ ମାନଙ୍କର ସହଯୋଗ କାମନା କରିଛନ୍ତି। ଏଥିସହ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ସନ୍ଧ୍ୟାରେ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି।

Leave A Reply

Your email address will not be published.