ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରଥଯାତ୍ରାରେ ଯୋଗଦେବେ ମହାମହିମ

0

୭ତାରିଖରେ ପୁରୀ ଗସ୍ତ କରି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବେ

ଭୁବନେଶ୍ବର: ଏଥର ପୁରୀରେ ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ରାଜ୍ୟ ପ୍ରଶାସନିକସ୍ତରରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ୭ତାରିଖରେ ପୁରୀରେ ରଥଯାତ୍ରା ଦେଖିବା ସହ ୮ତାରିଖ ସକାଳେ ପୁରୀ ସମୁଦ୍ର କୂଳରେ ପ୍ରାତଃଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ନବନିଯୁକ୍ତ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଆସନ୍ତା ୬ ତାରିଖ ଦିନ ଓଡ଼ିଶାରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି। ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ଗୋପବନ୍ଧୁଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ତା’ପରଦିନ ଅର୍ଥାତ ୭ ତାରିଖ ରଥଯାତ୍ରା ଦିନ ପୁରୀକୁ ଗସ୍ତ କରିବା ସହ ସେହିଦିନ ଅପରାହ୍ନରେ ରଥଯାତ୍ରା ଦେଖିବେ ମହାମହିମ ଦ୍ରୌପଦୀ ମୁର୍ମୁ। ଏହାପରେ ଜୁଲାଇ ୮ ତାରିଖ ଦିନ ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ସେ ଭୁବନେଶ୍ୱର ଫେରି ପୂର୍ବାହ୍ନରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫଟସ୍ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ। ସେହିଦିନ ଅପରାହ୍ନରେ ଭୁବନେଶ୍ୱରର ମେଣ୍ଢାଶାଳ ହରିଡ଼ାମଡ଼ାସ୍ଥିତ ଡିଭାଇନ୍ ରିଟ୍ରିଟ୍ ସେଂଟରଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ୯ତାରିଖ ପୂର୍ବାହ୍ନରେ ଜଟଣୀସ୍ଥିତ ନାଇଜରର ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେଇ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.