ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି

0

ମୁମ୍ବାଇ: ବଢ଼ିଲା ବିଜୟ ମାଲ୍ୟାଙ୍କ ଅଡୁଆ। ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ବ୍ୟାଙ୍କ ଋଣ ମାମଲାରେ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି ହୋଇଛି। ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ପକ୍ଷରୁ ମାଲ୍ୟାଙ୍କ ବିରୋଧରେ ଜାମିନ ବିହିନୀ ଗିରଫ ପରଓ୍ବାନା ଜାରି କରାଯାଇଛି।

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୮୦ କୋଟି ଋଣ ମାମଲାରେ ଜାମିନ ବିହୀନ ପରଓ୍ବାନାଜାରି କରିଛନ୍ତି ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟ। ୨୦୦୭ରୁ ୨୦୧୨ ମଧ୍ୟରେ ଋଣ ନେଇଥିଲେ ମାଲ୍ୟା ଓ ତାଙ୍କ କମ୍ପାନୀ। ୨୦୧୬ ଅଗଷ୍ଟରେ ବିଜୟ ମାଲ୍ୟାଙ୍କ ସହ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲ। ଜୁନ୍ ୨୯ରେ କୋର୍ଟ ମାଲ୍ୟାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ, କିନ୍ତୁ ସୋମବାର ଏହାର ଆଦେଶ ଉପଲବ୍ଧ ହେଲା।

Leave A Reply

Your email address will not be published.