ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି

0

ମୁମ୍ବାଇ: ବଢ଼ିଲା ବିଜୟ ମାଲ୍ୟାଙ୍କ ଅଡୁଆ। ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ବ୍ୟାଙ୍କ ଋଣ ମାମଲାରେ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି ହୋଇଛି। ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ପକ୍ଷରୁ ମାଲ୍ୟାଙ୍କ ବିରୋଧରେ ଜାମିନ ବିହିନୀ ଗିରଫ ପରଓ୍ବାନା ଜାରି କରାଯାଇଛି।

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୮୦ କୋଟି ଋଣ ମାମଲାରେ ଜାମିନ ବିହୀନ ପରଓ୍ବାନାଜାରି କରିଛନ୍ତି ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟ। ୨୦୦୭ରୁ ୨୦୧୨ ମଧ୍ୟରେ ଋଣ ନେଇଥିଲେ ମାଲ୍ୟା ଓ ତାଙ୍କ କମ୍ପାନୀ। ୨୦୧୬ ଅଗଷ୍ଟରେ ବିଜୟ ମାଲ୍ୟାଙ୍କ ସହ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲ। ଜୁନ୍ ୨୯ରେ କୋର୍ଟ ମାଲ୍ୟାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ, କିନ୍ତୁ ସୋମବାର ଏହାର ଆଦେଶ ଉପଲବ୍ଧ ହେଲା।

Leave A Reply

Your email address will not be published.