ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ସତସଙ୍ଗ ଦଳାଚକଟା ମୃତ୍ୟୁ ସଂଖ୍ୟା ୧୩୦ ଟପିଲା

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭଗବାନ ଶିବଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ପ୍ରାୟ ୧୩୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।
ହାଥରସ ଅନ୍ତର୍ଗତ ରତିଭାନପୁରରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ସୂଚନା ମିଳିଛି। ୧୫ରୁ ଅଧିକ ଆହତଙ୍କୁ ସ୍ଥାନୀୟ ଇଟାହ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛଇ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ସ୍ଥିତି ଉପରେ ସଜାଗ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ରାଜକୁମାର ଅଗ୍ରୱାଲ।

ମଙ୍ଗଳବାର ‘ଭୋଲେ ବାବା’ଙ୍କ ସତସଙ୍ଗ ସକାଳ ୮ଟାରେ ଆରମ୍ଭ ହୋଇଥିଲା। ଏଥିରେ ଭାଗ ନେବା ଲାଗି ଭିନ୍ନ ଭିନ୍ନ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍ନ ୨ଟାରେ ସତସଙ୍ଗ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଘରକୁ ଫେରିବା ଲାଗି ବ୍ୟତିବସ୍ତ ହୋଇଯାଇଥିଲେ। ଜଣେ ଅନ୍ୟଜଣଙ୍କୁ ଧକ୍କା ଦେଇଥିଲେ। ଏହାପରେ ସେଠାରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଲୋକେ ଚିତ୍କାର କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ କମିଟି ଗଠନ କରିଛନ୍ତି। ଏଥିପାଇଁ ଆଲିଗଡ ମଣ୍ଡଳର ବରିଷ୍ଠ ଅଧିକାରୀଙ୍କ ଏକ କମିଟି ଦ୍ୱାରା ଯାଞ୍ଚ କରାଯିବ। ଏଡିଜି ଆଗ୍ରା ଏବଂ କମିଶନର ଆଲିଗଡଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।

ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍, କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ଶୋକପ୍ରକାଶ କରିଛନ୍ତି।

Leave A Reply

Your email address will not be published.