ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ସେବାୟତଙ୍କ ବିବାଦ ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିପାରିନି ପତିତପାବନ ବାନା

0

ପୁରୀ: ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସୁଛି। ନିକଟରେ ପହଣ୍ଡି ବେଳେ ବଳଭଦ୍ରଙ୍କ ବିଗ୍ରହ ରଥରୁ ଖସି ତଳକୁ ମୁହଁ ମାଡ଼ି ପଡ଼ିଯିବା ପରେ ବିବାଦ ସୃଷ୍ଟି ହୋଇଥିଲା। କେଉଁ କାରଣରୁ ଏପରି ଘଟଲା ତାହା ତର୍ଜମା କରିବା ପାଇଁ ଏକ ୩ ଜଣିଆ କମିଟି ମଧ୍ୟ ଗଠନ କରାଯାଇଥିଲା। ହେଲେ ଏବେ ପୁଣି ଆଉ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସିଛି। ଦଇତାପତି ସେବକ ଏବଂ ଚୁନରା ସେବକଙ୍କ ମଧ୍ୟରେ ବିବାଦ କାରଣରୁ ନୀଳଚକ୍ରରେ ପ୍ରତିଦିନ ସଂଧ୍ୟାରେ ବନ୍ଧାଯାଉଥିବା ବାନା ଆଜି ବନ୍ଧାଯାଇପାରିନାହିଁ। ଯାହାକୁ ନେଇ ଏବେ ଭକ୍ତଙ୍କ ମହଲରେ ଦେଖାଦେଇଥିଲା ଅସନ୍ତୋଷ।

ସୂଚନା ଅନୁସାରେ, ଦଇତାପତି ସେବକ ଏବଂ ଚୁନରା ସେବକଙ୍କ ମଧ୍ୟରେ ବିବାଦ କାରଣରୁ ନୀଳଚକ୍ରରେ ପ୍ରତିଦିନ ସଂଧ୍ୟାରେ ବନ୍ଧାଯାଉଥିବା ବାନା ଆଜି ବନ୍ଧାଯାଇପାରିନାହିଁ। ତେବେ ଏହି ଘଟଣାକୁ ଗୁରୁତ଼୍ବର ସହ ନେଇ ନୀଳଚକ୍ରରେ ବାନା ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେବାୟତଙ୍କ ମଧ୍ୟରେ ବିବାଦ ତୁଟିନଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଡ଼ୁଥିବା ହଳଦିଆ ବାନା ସ୍ଥାନରେ ୧ ନମ଼୍ବରରେ ଲାଲ୍‌ ବାନା ବନ୍ଧାଯାଇଛି।
ନିକଟରେ ପହଣ୍ଡି ବେଳେ ବଳଭଦ୍ରଙ୍କ ବିଗ୍ରହ ରଥରୁ ଖସି ତଳକୁ ମୁହଁ ମାଡ଼ି ପଡ଼ିଯିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଠିକ୍ ଏତିକି ବେଳେ ଦଇତା-ଚୂଲରାଙ୍କ ଦିବାଦ ପାଇଁ ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ବଦଳି ନପାରିବା ଘଟଣା ଭକ୍ତଙ୍କ ମନକୁ ଆହୁରି କଷ୍ଟ ଦେଇଥିଲା।

Leave A Reply

Your email address will not be published.