ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ରୌପ୍ୟ ପଦକ ବିଜୟୀ ରୋନିତ୍‌ଙ୍କୁ ଜିଲ୍ଲାପାଳଙ୍କ ଶୁଭେଛା

0

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଉଦୀୟମାନ ପାୱାର ଲିଫ୍‌ଟିଙ୍ଗ୍ ତାରକା ରୋନିତ୍ ରୋସନ ସ୍ୱାଇଁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ସଦ୍ୟ ସମାପ୍ତ ଜାତୀୟ ପାୱାର୍ ଲିଫ୍‌ଟିଙ୍ଗ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରୁଷ ବିଭାଗର ୬୨କେଜି ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଏହା ସହ ସ୍କ୍ୱାଟ୍‌ରେ ୧୭୦ କିଲୋଗ୍ରାମ୍ ଭାର ଉଠାଇ ସେ ନୂତନ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି।

କେନ୍ଦ୍ରାପଡ଼ା ବ୍ଲକ୍ ଭରତପୁର ପଂଚାୟତର ଜଗନ୍ନାଥପୁର ଗ୍ରାମରେ ଜନ୍ମିତ ରୋନିତ୍ ଏବେ ଭୁବନେଶ୍ୱରରେ ରୁଦ୍ରନାରାୟଣ ସାହୁଙ୍କଠାରୁ ପାୱାର୍ ଲିଫ୍‌ଟିଙ୍ଗ୍ କୋଚିଙ୍ଗ୍ ନେଉଛନ୍ତି। ପୂର୍ବରୁ ରାଜ୍ୟସ୍ତରୀୟ କ୍ରୀଡ଼ାରେ ୪ଥର ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ୨ଥର ଜାତୀୟସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ନେପାଳରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମଧ୍ୟ ସେ ପାଇଛନ୍ତି। ନିଜ ପ୍ରତିକ୍ରିୟାରେ ରୋନିତ୍ କହିଛନ୍ତି, ଆଗାମୀ ଦିନରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ସେ କେନ୍ଦ୍ରାପଡ଼ା ପାଇଁ ନିଶ୍ଚୟ ଗୌରବ ଆଣିବେ।

Leave A Reply

Your email address will not be published.