ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ରୌପ୍ୟ ପଦକ ବିଜୟୀ ରୋନିତ୍‌ଙ୍କୁ ଜିଲ୍ଲାପାଳଙ୍କ ଶୁଭେଛା

0

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଉଦୀୟମାନ ପାୱାର ଲିଫ୍‌ଟିଙ୍ଗ୍ ତାରକା ରୋନିତ୍ ରୋସନ ସ୍ୱାଇଁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ସଦ୍ୟ ସମାପ୍ତ ଜାତୀୟ ପାୱାର୍ ଲିଫ୍‌ଟିଙ୍ଗ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରୁଷ ବିଭାଗର ୬୨କେଜି ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଏହା ସହ ସ୍କ୍ୱାଟ୍‌ରେ ୧୭୦ କିଲୋଗ୍ରାମ୍ ଭାର ଉଠାଇ ସେ ନୂତନ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି।

କେନ୍ଦ୍ରାପଡ଼ା ବ୍ଲକ୍ ଭରତପୁର ପଂଚାୟତର ଜଗନ୍ନାଥପୁର ଗ୍ରାମରେ ଜନ୍ମିତ ରୋନିତ୍ ଏବେ ଭୁବନେଶ୍ୱରରେ ରୁଦ୍ରନାରାୟଣ ସାହୁଙ୍କଠାରୁ ପାୱାର୍ ଲିଫ୍‌ଟିଙ୍ଗ୍ କୋଚିଙ୍ଗ୍ ନେଉଛନ୍ତି। ପୂର୍ବରୁ ରାଜ୍ୟସ୍ତରୀୟ କ୍ରୀଡ଼ାରେ ୪ଥର ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ୨ଥର ଜାତୀୟସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ନେପାଳରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମଧ୍ୟ ସେ ପାଇଛନ୍ତି। ନିଜ ପ୍ରତିକ୍ରିୟାରେ ରୋନିତ୍ କହିଛନ୍ତି, ଆଗାମୀ ଦିନରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ସେ କେନ୍ଦ୍ରାପଡ଼ା ପାଇଁ ନିଶ୍ଚୟ ଗୌରବ ଆଣିବେ।

Leave A Reply

Your email address will not be published.