ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମଣିପୁରରେ ଉଗ୍ରବାଦୀଙ୍କ ଆକ୍ରମଣରେ ଯବାନ ସହିଦ

0

ମଣିପୁର: ମଣିପୁରରେ ଥମୁନି ହିଂସା। ମଣିପୁର ହିଂସାରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି।ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ଶହୀଦ ହୋଇଥିବାବେଳେ ପୋଲିସ କମାଣ୍ଡୋ ଗୁରୁତର ହୋଇଥିବା ବେଳେ ତିନି ଯବାନ ଆହତ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ସେଠାରେ ଏକ ସର୍ଚ୍ଚ ଅପରେସନ ଚାଲିଛି।

ମଣିପୁର ପୋଲିସ ଅଧିକାରୀ କହିଛନ୍ତି ଯେ ଆସାମ ସୀମାବର୍ତ୍ତୀ ଜିଲାରେ ମିଳିତ ପାଟ୍ରୋଲିଂ ପାର୍ଟିରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ପ୍ରବଳ ଗୁଳି ଚଳାଇଥିଲେ। ସେହି ସମୟରେ ସିଆରପିଏଫ ଯବାନ ପାଟ୍ରୋଲିଂ କରୁଥିବା ଏସୟୁଭି ନିକଟରେ ବୁଲୁଥିବା ବେଳେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ମଧ୍ୟ ଏହାର ଜବାବ ଦେଇଛୁ। ଏହା ପରେ ସେମାନେ ଜଙ୍ଗଲ ଆଡକୁ ଯାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ପୋଲିସ ସର୍ଚ୍ଚ ଅପରେସନ ଚାଲିଛି।

Leave A Reply

Your email address will not be published.