ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

କମ୍ୱିଂ ଅପରେସନରେ ୫ ମାଓବାଦୀ ଗିରଫ

0

ଛତିଶଗଡ: କମ୍ବିଂ ଅପରେଶନ ବେଳେ ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ମସାୟୀ ମଙ୍ଗୁ ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍‌ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ ସେପି, ଦନୁ ପୁନେମ୍‌ ଓରଫ ବୁଇୟା । ମଙ୍ଗୁଙ୍କ ନାମରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ମିଳିଥିବା ସୂଚନା ମୁତାବକ, ଗଙ୍ଗାଲୁର ଡିଆର୍‌ଜି ବାହିନୀ ଓ ଜିଲା ପୋଲିସ ମିଳିତ ଭାବେ ବିଜାପୁର ଜିଲାର ମେଟାପାଲ, ପୁସନାର ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରଖିଛନ୍ତି। ତେବେ ମେଟାପାଲ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ବେଳେ ଉପରୋକ୍ତ ୫ଜଣ ମାଓବାଦୀଙ୍କୁ ଯବାନ ଧରିଥିଲେ। ଏମାନେ ପୁସନାର ଅନ୍ତର୍ଗତ ଜନତାନା ସରକାର ସଙ୍ଗଠନରେ ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ଗିରଫ ମାଓବାଦୀ ମଙ୍ଗୁଙ୍କ ନାମରେ ଗଙ୍ଗାଲୁର ଥାନାରେ ୧୨ଟି ମାମଲା ରହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.