ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼

0

ପେନସିଲଭେନିଆ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଥୋମାସ ମାଥ୍ୟୁ କ୍ରୁକ୍‌ସ ବୋଲି ଏଫ୍‌ବିଆଇ ପକ୍ଷରୁ କୁହାଯାଇଛି

ତାଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି, ଟ୍ରମ୍ପ ସୁରକ୍ଷିତ ଅଛନ୍ତି। ମଞ୍ଚରୁ ଓହ୍ଲାଇବା ମାତ୍ରେ ରାଲି ଗ୍ରାଉଣ୍ଡକୁ ପୋଲିସ ଖାଲି କରି ଦେଇଛି। ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଥିବା ଦିଗରେ ସିକ୍ରେଟ୍ ସର୍ଭିସ୍ ଯାଞ୍ଚ କରୁଛି। ଘଟଣା ପରେ ଏଫବିଆଇ ଟିମ୍ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ଯାଇଥିଲା। ସିକ୍ରେଟ୍ ସର୍ଭିସ ସହ ମିଶି ଏଫବିଆଇ ଘଟଣାର ଯାଞ୍ଚ କରୁଛି।

ପେନସିଲଭେନିଆର ବଟଲର କାଉଣ୍ଟିରେ ହେଉଥିଲା। ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ଘଟଣା ସ୍ଥଳରେ ମାରି ଦିଆଯାଇଛି। ଏହି ଗୁଳିମାଡ଼ ଘଟଣାରେ ରାଲିରେ ସାମିଲ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

Leave A Reply

Your email address will not be published.