କଟକ; କଟକ ବଡ଼ ଡାକ୍ତରଖାନାରେ ହାଉସ ସର୍ଜନଙ୍କୁ ଦାଦାଗିରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମନମୁଖୀ କାମ ଯୋଗୁ କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ହାଉସ ସର୍ଜନ ଏବଂ ନର୍ସ ଧାରଣା ଦେଇଛନ୍ତି। ମେଡିଶିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଏହି ବିବାଦ ଦେଖାଯାଇଛି।
ସୂଚନା ଅନୁସାରେ, କଟକ ବଡ଼ ଡାକ୍ତରଖାନାରେ ମେଡିଶିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାର ଥିଲା କିନ୍ତୁ ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ରକ୍ତ ଦେବାରେ ବିଳମ୍ବ ହୋଇଥିଲା ଏ ନେଇ ନର୍ସ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା