ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆସନ୍ତାକାଲି ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କଟକଣା ଜାରି କଲେ ଶ୍ରୀମନ୍ଦିର ପ୍ରଶାସକ

0

ପୁରୀ: ଆସନ୍ତାକାଲି ଖୋଲିବ ଭିତର ରତ୍ନ ଭଣ୍ଡାର। ଏଥିପାଇଁ ଆଜି ପ୍ରସ୍ତୁତି ସରିଛି। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ସୂଚନା ଦେଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଭଣ୍ଡାର ଖୋଲାହେବା ପୂର୍ବରୁ ମନ୍ଦିରରେ ପ୍ରବେଶ ନେଇ ବିଭିନ୍ନ କଟକଣା ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ।

ସୂଚନା ଅନୁଯାୟୀ, ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ କରାଯିବ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଦର୍ଶନ ଉପରେ କଟକଣା ରହିବ। ସିଂହଦ୍ୱାର ଦେଇ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ ଯିବେ। ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ପରେ ଆନୁଷଙ୍ଗିକ ପ୍ରକ୍ରିୟା ସାରି ଏଏସଆଇକୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ। ଏଏସଆଇ କେତେଦିନ ଭିତରେ ମରାମତି ସାରିବ, ସେନେଇ ଆଲୋଚନା ହୋଇ ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Leave A Reply

Your email address will not be published.